Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସଂସ୍କୃତଭାଷା, ଜୀବନଦର୍ଶନ ଉପରେ ଆଲୋଚନା ଚକ୍ର

ପୁରୀ:ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀବିହାର ପୁରୀରେ ସ୍ନାତକୋତର ଅଦ୍ୱୈତବେଦାନ୍ତ ପକ୍ଷରୁ ସଂସ୍କୃତ ଦିବସରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଭାଷା ଓ ଜୀବନ ଦର୍ଶନ ଉପରେ ଆଲୋଚନା ହୋଇଥିଲା । ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଏନଆରଏସ ତାତାଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ବିଶ୍ୱିବଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ଏହାକୁ ଉଦଘାଟନ କରିଥିଲେ । ସଂସ୍କୃତ ଭାରତର ଭାଷା ଏବଂ ଏହା ଅନ୍ୟ ସମସ୍ତ ଭାଷାର ଜନନୀ ବୋଲି ସେ କହିଥିଲେ ।

ବେଦାନ୍ତ ବିଦ୍ୱାନ ପ୍ରଫେସର ଜି.ଗଙ୍ଗନ୍ନା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସେହିପରି ପ୍ରଭାତ ରଞ୍ଜନ ମହାପାତ୍ର ଓଁକାର ଧ୍ୱନୀର ବୈଜ୍ଞାନିକତା ଓ ରୋଗବିନାଶକ ଶକ୍ତି ସମ୍ପର୍କରେ କହିଥିଲେ । ଡକ୍ଟର ଶ୍ରଦ୍ଧାଞ୍ଜଳି ମହାପାତ୍ର ସଂଯୋଜନା କରିଥିଲେ । ସଚ୍ଚିଦାନନ୍ଦ ମହାପାତ୍ର ବୈଦିକ ମଙ୍ଗଳାଚରଣ, ସୁଶ୍ରୀ ଶ୍ରୀପଦ ନାୟକ, ଗୀତାଞ୍ଜଳି ଦାଶ ବେଦାନ୍ତ ଗୁରୁ ପଂରାପର ଓ ନିରୂପମା ବେହେରା ପ୍ରବନ୍ଧପାଠ ପାଠନ କରିଥିଲେ । ସମସ୍ତ ଛାତ୍ରୀଛାତ୍ର ଏହି ଆଲୋଚନାଚକ୍ରରେ ଭାଗ ନେଇଥିଲେ ।

Leave A Reply

Your email address will not be published.