Latest Odisha News

BREAKING NEWS

ଅନାଥ ପିଲାଙ୍କ ସ୍କୁଲକୁ ସହାୟତାର ହାତ ବଢ଼ାଇଲେ ସୋନୁ ସୁଦ

ମୁମ୍ବାଇ: ହିନ୍ଦି ସିନେମାରେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ôଚ ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ଖୁବ୍ ଅଧିକ । ଅନେକ ସ୍ଥାନରେ ସୋନୁଙ୍କୁ ଭଗବାନଙ୍କ ଅବତାର ବୋଲି ଆଖ୍ୟା ଦେଇ ତାଙ୍କ ମନ୍ଦିର ନିର୍ମାଣ ହୋଇଛି । ହେଲେ ଏବେ ବିହାରରେ ଅନାଥ ପିଲାମାନଙ୍କ ଏକ ସ୍କୁଲ ସୋନୁଙ୍କ ନାମରେ ଖୋଲିଛି । ସୋନୁ ଉକ୍ତ ସ୍କୁଲ ପରିଦର୍ଶନ କରି ଅନାଥ ପିଲାଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସହାୟତା କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି ।

ବିହାର କାଟିହାରର ବୀରେନ୍ଦ୍ର କୁମାର ମହାଟୋ ନାମକ ଜଣେ ଯୁବକ ଇଞ୍ଜିନିୟର ଭାବେ ଚାକିରି କରିଥିଲେ । ହେଲେ ସେ ଚାକିରି ଛାଡ଼ି ନିଜ ଅଞ୍ଚଳର ଅନାଥ ପିଲାଙ୍କ ଭବିଷ୍ୟତ ଚିନ୍ତା କରି ଏକ ସ୍କୁଲ ଖୋଲିଛନ୍ତି । ଯେଉଁ ସ୍କୁଲର ନାମ ସେ ଅଭିନେତା ସୋନୁ ସୁଦଙ୍କ ନାମରେ ରଖିଛନ୍ତି । ଯୁବକଙ୍କ ଏପରି କାର୍ଯ୍ୟରେ ପ୍ରଭାବିତ ହୋଇ ସୋନୁ ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ନିକଟରେ ସେ ଉକ୍ତ ସ୍କୁଲକୁ ଯାଇ ବୁଲି ଦେଖିଛନ୍ତି । ବୀରେନ୍ଦ୍ର ୧୧୦ ପିଲାଙ୍କୁ ମାଗଣା ଶିକ୍ଷା ଏବଂ ଖାଦ୍ୟ ଯୋଗାଉଥିବା ଦେଖି ସୋନୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋନୁ ଅନାଥ ପିଲାମାନଙ୍କ ସହ କିଛି ସମୟ ବିତାଇବା ସହ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ନୂତନ କୋଠା କାମ ଆରମ୍ଭ କରାଇଛନ୍ତି ସୋନୁ, ଯାହାଦ୍ୱାରା ଆହୁରି ଅଧିକରୁ ଅଧିକ ପିଲା ଆସି ଏଠାରେ ପଢିପାରିବେ ।

ସୋନୁ କହିଛନ୍ତି, “ଦାରିଦ୍ର‌୍ୟର ମୁକାବିଲା ପାଇଁ ଶିକ୍ଷାକୁ ବୃଦ୍ଧି କରିବା ହେଉଛି ସର୍ବୋତ୍ତମ ଉପାୟ । ଆମେ ଅନାଥ ଓ ଗରିବ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଛୁ ।

Leave A Reply

Your email address will not be published.