Latest Odisha News

BREAKING NEWS

ବେଆଇନ ନିର୍ମାଣ ମାମଲା; ସୁପ୍ରିମ୍‌କୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଆବାସିକ କୋଠାରେ ବେଆଇନ ନିର୍ମାଣ ପାଇଁ ବିଏମସିର ନୋଟିସ ବିରୋଧରେ ସୁପ୍ରିମକୋର୍ଟଙ୍କୁ ଘୁଞ୍ଚାଇଥିବା ଅଭିନେତା ସୋନୁ ସୁଦ ତାଙ୍କ ଆବେଦନ ପ୍ରତ୍ୟାହାର କରିଛନ୍ତି। ସୂଚନା ଅନୁଯାୟୀ ସୋନୁ ସୁଦଙ୍କ ନିବେଦନ ଆଜି ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ଉପସ୍ଥିତିରେ ଶୁଣାଣି ହୋଇଥିଲା, ଯାହା ପରେ ଅଭିନେତା ତାଙ୍କ ଆବେଦନ ପ୍ରତ୍ୟାହାର କରିନେଇଥିଲେ।

ଖବର ଅନୁଯାୟୀ ବିଏମସି ସହ ଆଲୋଚନା କରି ସୋନୁ ସୁଦ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। କୋର୍ଟ ବାହାରେ ବିଏମଏସି ସହିତ ଆଲୋଚନା କରି ସେ ଏହି ମାମଲାର ସମାଧାନ ପାଇବେ ବୋଲି କୋର୍ଟରେ କହିଛନ୍ତି ସୋନୁଙ୍କ ଓକିଲ ମୁକୁଲ ରୋହତଗୀ।

ଏହା ଉପରେ ଖୁସି ବ୍ୟକ୍ତ କରି କୋର୍ଟ ବିଏମସିକୁ ବାହାରେ ଆପୋସ ବୁଝାମଣା ସାହାଯ୍ୟରେ ସମାଧାନ ନହେବା ପର୍ଯ୍ୟନ୍ତ ସୋନୁଙ୍କ ବିରୋଧରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.