Latest Odisha News

BREAKING NEWS

ଭଦ୍ରକ ଏସପି ଅଫିସ ଆଗରେ ମା’ ପୁଅଙ୍କ ଆତ୍ମାହୂତି ଉଦ୍ୟମ

ଭଦ୍ରକ : ଭଦ୍ରକ ଏସପି ଅଫିସ ଆଗରେ ମା’ ପୁଅଙ୍କ ଆତ୍ମାହୂତି ଉଦ୍ୟମ । ନ୍ୟାୟ ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଲଦା ଗ୍ରାମର ଜ୍ୟୋସ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏକ ଜମି ଜମା ମାମଲାରେ କୋର୍ଟରୁ ଡିଗ୍ରୀ ପାଇଥିଲେ ଜ୍ୟୋସ୍ନାରାଣୀ । କିନ୍ତୁ ତାଙ୍କ ଜମିରେ ଅପରପକ୍ଷ ଜୋର ଜବରଦସ୍ତ ଘର ତିଆରି କରୁଥିବା ଅଭିଯୋଗ ହୋଇଛି ।

ଏନେଇ ମା’ ପୁଅ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଶେଷରେ ଏସପିଙ୍କ ନିକଟରେ ଗୁହାରୀ କରିଥିଲେ ଜ୍ୟୋସ୍ନାରାଣୀ । କିନ୍ତୁ ନ୍ୟାୟ ନମିଳିବାରୁ ଶେଷରେ ଏସପିଙ୍କ ଅଫିସ ଆଗରେ କିରାସିନ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି ମା’ ପୁଅ । ଉଭୟଙ୍କୁ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.