Latest Odisha News

BREAKING NEWS

ସିଙ୍ଗର ଭାବେ ଡେବ୍ୟୁ କରିବେ ଟାଇଗର ସ୍ରଫ୍‌, ଆସନ୍ତା ୨୨ରେ ହେବ ଗୀତ ରିଲିଜ

ମୁମ୍ବାଇ: ସବୁ ବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ଥାନ୍ତି ଅଭିନେତା ଟାଇଗର ସ୍ରଫ୍‌, ତେବେ ଏବେ ତାଙ୍କ ପ୍ରତିଭାର ଆଉ ଏକ ନୂଆ ଦିଗ ଦେଖିବାକୁ ମିଳିବ । ସେ ଡେବ୍ୟୁ କରିବେ ସିଙ୍ଗର ଭାବରେ । ଆସନ୍ତା ୨୨ ତାରିଖରେ ଏହି ଗୀତ ‘ଅନବିଲିଭେବୁଲ’ ରିଲିଜ ହେବ । ଆଜି ସେ ଏହାର ଟିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏଥି ସହ ସେ ଲେଖିଛନ୍ତି, ‘ଏଇଟା ମୋ ଗୀତର ଫାଷ୍ଟ ଗୀତର ଟିଜର । ଭାବୁଛି ଆପଣମାନଙ୍କୁ ଭଲ ଲାଗିବ ।’ଏହି ଟିଜରରୁ ଜଣାପଡୁଛି କିପରି ସବୁ ସ୍ୱପ୍ନ ଅବିଶ୍ୱାସନୀୟରୁ ଆରମ୍ଭ ହୁଏ । ଏହି କଳାଧଳା ଭିଡିଓରେ ଟାଇଗର ଫର୍ମାଲ ସାର୍ଟ, ଢିଲାରେ ଏକ ଟାଏ ଓ ଟ୍ରାଉଜର ପିନ୍ଧିଛନ୍ତି । ଏକ ବଡ କୋଠାର ଛାତରେ ଠିଆ ହୋଇ ସେ ଏହି ଗୀତ ବୋଲିଛନ୍ତି ।

ଅନଭିଲିଭେବୁଲ ଜରିଆରେ ଟାଇଗର ସଙ୍ଗୀତ ଦୁନିଆରେ ବିଦ୍ଧିବଦ୍ଧ ଏଣ୍ଟଣ୍ଟ୍ର କରିଥିବା ବେଳେ ଏହା ପୂର୍ବରୁ ସେ ଇନଷ୍ଟାଗ୍ରାମ ପେଜରେ ଗୀତର ଡେମୋ ପୋଷ୍ଟ କରିଥିଲେ ।

ଟାଇଗରଙ୍କୁ ଶେଷ ଥର ପାଇଁ ବାଗି ଥ୍ରୀ ରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.