Latest Odisha News

BREAKING NEWS

ବ୍ରାଣ୍ଡ ଅସଲି, ମାଲ୍ ନକଲି: ବଜାରରେ ମିଳୁଛି ଭେଜାଲ ପୂଜା ସାମଗ୍ରୀ

କଟକ: ଅସଲି ବ୍ରାଣ୍ଡରେ ନକଲି ମାଲ । ବିଶ୍ୱାସରେ ବିଷ ଦେଇ ହେଉଛି ବେପାର । ବଜାରରେ ମିଳୁଛି ନକଲି ପୂଜା ସାମଗ୍ରୀ । ଗଙ୍ଗା ଜଳ ଠାରୁ ଆରମ୍ଭ କରି ମହୁ, ଘିଅ ଓ ଗୁଡ ସବୁ କିଛି ନକଲି ସାମଗ୍ରୀ ବିକ୍ରି ହେଉଛି । କଟକ ମାଲାଗୋଦାନ ଥାନା ପୋଲିସ ଏଭଳି ଏକ ଠକ ଦୋକାନୀଙ୍କୁ କାବୁ କରିଛି ।

BjdElectrycity

ଅପମିଶ୍ରିତ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ କଟକ ମାଲଗୋଦାମ ଥାନା ପୁଲିସ ଉଠାଇ ନେଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ଚଣ୍ଡୀ ରାଓ । ସେ କଟକ ଜିଲ୍ଲା ସମତେ ଅନ୍ୟାନ୍ୟ ଜିଲ୍ଲାକୁ ଅପମିଶ୍ରିତ ସାମଗ୍ରୀ ସପ୍ଲାଇ କରୁଥିଲେ  । ଦୀର୍ଘ ଦିନ ହେବ ମାଲଗୋଦାମ ଥାନା ଅଂଚଳରେ ବ୍ୟବସାୟ କରି ଆସୁଥିଲେ ବୋଲି ପୁଲିସ ସୂଚନା ଦେଇଛି । ସେପଟେ ପୋଲିସ ଏହି କାରଖାନାରୁ ବିପୁଳ ନକଲି ମହୁ, ଗଙ୍ଗାଜଳ, ଅଗୁର, ଘିଅ, ଗୁଡ ଆଦି ଜବତ କରିଛି ।

Leave A Reply

Your email address will not be published.