Latest Odisha News

BREAKING NEWS

ଅର୍ଚ୍ଚିତାଙ୍କ ନୂଆ ଫିଲ୍ମ ରିଲିଜ୍ ହେବ ନୂଆବର୍ଷରେ !

ଭୁବନେଶ୍ୱର: ଓଲିଉଡ଼ର ଷ୍ଟଣ୍ଟଗାର୍ଲ ଭାବେ ବେଶ୍ ପରିଚିତା ଅର୍ଚ୍ଚିତାଙ୍କ ନୂଆ ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି । ଓଡ଼ିଆ ସିନେମାର ସଫଳ ନାୟିକା ଅର୍ଚ୍ଚିତାଙ୍କ ଦୁଇଟି ହିଟ୍ ଫିଲ୍ମ ‘ଚକଲେଟ୍’ ଓ ‘ଥୁକୁଲ’ରେ ଥିବା ଓଲିଉଡ଼ ଷ୍ଟାର୍ ବାବୁସାନ ଏଥିରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ନୂଆବର୍ଷରେ ରିଲିଜ୍ ହେବାର ଯଥେଷ୍ଟ ସମ୍ମାବନା ରହିଛି ।

ଅର୍ଚ୍ଚିତା-ବାବୁସାନ ଯୋଡ଼ିଙ୍କର ଏହା ସୁପରହିଟ୍ ଫିଲ୍ମ ‘ଚକଲେଟ୍’ ଓ ‘ଥୁକୁଲ’ ପରେ ଏହା ହେବ ତୃତୀୟ ଚଳଚ୍ଚିତ୍ର ।

ଓଡ଼ିଆ ଦର୍ଶକ ଏହି ଯୋଡ଼ିଙ୍କୁ ପୂର୍ବରୁ ବେଶ୍ ପସନ୍ଦ କରିଛନ୍ତି, ତେଣୁ ନୂଆବର୍ଷରେ ଏହି ଫିଲ୍ମଟିର ସବୁ ଗୀତ ଗୁଡ଼ିକ ହିଟ୍ ହେବାର ଆଶା ବାନ୍ଧିଛନ୍ତି ପପୁଲାର୍ ମ୍ୟୁଜିକ୍ ଡ଼ାଇରେକ୍ଟର୍ ପ୍ରେମ୍ ଆନନ୍ଦ । ବାବୁସାନ ମଧ୍ୟ ଏହି ଫିଲ୍ମଟିରେ ଗୋଟିଏ ଗୀତ ଗାଇଛନ୍ତି, ସୂଚନା ମିଳିଛି ବାବୁସାନଙ୍କ ଗୀତଟି ଇତିମଧ୍ୟରେ ରେକର୍ଡ଼ିଂ ମଧ୍ୟ ସରିଛି ।

ଅର୍ଚ୍ଚିତା ଓ ବାବୁସାନଙ୍କ ରୋମାନ୍ସଭରା ଅଭିନୟ ସାଙ୍ଗକୁ ବାବୁସାନଙ୍କ ଚିରାଚରିତ ମଜାଳିଆ ଅଭିନୟରେ ଏହି ଚଳଚ୍ଚିତ୍ରଟି ବେଶ୍ ହୃଦୟସ୍ପର୍ଶୀ ହେବାର ସମ୍ଭାବନା ରହିଛି । ବାବୁସାନ ଓ ଅର୍ଚ୍ଚିତାଙ୍କ ଯୋଡ଼ିକୁ ପୂର୍ବରୁ ଦର୍ଶକମାନେ ଗ୍ରହଣ କରିଛନ୍ତି କାରଣ ‘ଚକଲେଟ’ ହିଁ ଉଭୟଙ୍କୁ ରାତାରାତି ସୁପରଷ୍ଟାର୍ କରିଦେଇଥିଲା ।

ଇଣ୍ଡଷ୍ଟ୍ରିରେ ଅର୍ଚ୍ଚିତା ଓ ବାବୁସାନଙ୍କ ଅଭିନିତ ପ୍ରାୟ ସମସ୍ତ ସିନେମା ହିଟ୍ ହୋଇଥିବା ଯୋଗୁଁ ନିର୍ମାତା ପୁନର୍ବାର ଏହି ଦୁଇ କଳାକାରଙ୍କୁ ଗୋଟିଏ ଫିଲ୍ମରେ ସୁଯୋଗ ଦେଇଛନ୍ତି । ଖୁବଶିଘ୍ର ଫିଲ୍ମଟିର ଟାଇଟଲ୍ ସୋସିଆଲ୍ ମିଡ଼ିଆରେ ରିଲିଜ୍ ହେବ ବୋଲି ସୂଚନା ମିଳୁଛି । ଉଭୟଙ୍କ ଫ୍ୟାନ୍ ଏହି ଫିଲ୍ମଟିକୁ ବଡ଼ପରଦାରେ ରିଲିଜ୍ ହେବାର ଚାହିଁ ବସିଛନ୍ତି ।

Leave A Reply

Your email address will not be published.