Latest Odisha News

BREAKING NEWS

ଅଭିଜିତ ଆୟାର ମିତ୍ର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହେଲେ

ଭୁବନେଶ୍ୱର: ରାଜଧାନୀସ୍ଥିତ ଝାରପଡ଼ା ଜେଲରେ ଥିବା ରିସର୍ଚ୍ଚ ସ୍କଲାର ଅଭିଜିତ ଆୟାର ମିତ୍ର ପେଟରେ ଯନ୍ତ୍ରଣା ଯୋଗୁଁ ରବିବାର ଦିନ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏସମ୍ପର୍କରେ ଝାରପଡ଼ା ଜେଲ କର୍ତ୍ତୃପକ୍ଷ କମିଶନରେଟ ପୋଲିସକୁ ଜଣାଇବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଋିସର୍ଚ୍ଚ ସ୍କଲାର ଅଭିଜିତ ଆୟାର ମିତ୍ର ଅକ୍ଟୋବର ୨୩ ତାରିଖ ଦିନ ଗୃହ କମିଟି ଆଗରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ । ଗୃହ କମିଟିରେ ହାଜର ହେବା ପରେ ସେହିଦିନ ସହିଦନଗର ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ସେହିଦିନ ହିଁ ଏସଡ଼ିଜିଏମ କୋର୍ଟରେ ହାଜର ହୋଇଥିଲେ ଅଭିଜିତ । କୋର୍ଟରେ ତାଙ୍କର ଜାମିନ ଆବେଦନକୁ ଅଗ୍ରାହ୍ୟ କରିବା ଫଳରେ ପୋଲିସ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦେଇଥିଲେ ।

Leave A Reply

Your email address will not be published.