Latest Odisha News

BREAKING NEWS

ପରଲୋକରେ ଅଭିନେତ୍ରୀ ଦିବ୍ୟା ଭଟନାଗର

ନୂଆଦିଲ୍ଲୀ: ସୋମବାର ସକାଳେ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଛି। ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ପାଇଁ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ଦେହାନ୍ତ ହୋଇଛି। ଟିଭି ସିରିଏଲ ‘ୟେ ରିସ୍ତା କିୟା କେହଲତା ହ‌ୈରେ ‘ଗୁଲାବୋ’ ଭୂମିକାରେ ଅଭିନୟ କରିଥିବା ଦିବ୍ୟା କରୋନା ଏହି ଭୂତାଣୁର ଶିକାର ହୋଇଥିଲେ, ପରେ ତାଙ୍କୁ ଗୋରେଗାଓଁର ଏସଆରଭି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପରେ ତାଙ୍କର ନିମୋନିଆ ହୋଇଥିବା ସୂଚନା ମିଳିଥିଲା। ଦିବ୍ୟାଙ୍କ ଅବସ୍ଥା ଗୁରୁତର ଥିଲା ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଉଥିଲା, ଯେଉଁଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଅନେକ ଦିନ ଧରି ଭେଣ୍ଟିଲେଟରରେ ସଂଗ୍ରାମ କରୁଥିବା ଦିବ୍ୟା ଏହି ଦୁନିଆକୁ ସବୁଦିନ ପାଇଁ ଅଲ୍‌ବିଦା କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା।

Comments are closed.