Latest Odisha News

BREAKING NEWS

ଦେଶରେ ୪ ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, କମୁଛି ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ କମିବାରେ ଲାଗିଛି । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୨ହଜାର ୯୮୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ୭୭ହଜାର ୨୦୩କୁ ବୃଦ୍ଧି ପାଇଛି ।

ଦେଶରେ କମୁଛି ଦୈନିକ ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୩୯୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୦ହଜାର ୫୭୩ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୧.୪୫%।

ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ପ୍ରଥମ ଥର ୪ଲକ୍ଷ ତଳକୁ ଖସିଛି । ଏବେ ଦେଶରେ ୩ଲକ୍ଷ ୯୬ହଜାର ୭୨୯ଟି ଆକ୍ଟିଭ୍ କେସ ରହିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୩୯ହଜାର ୧୦୯ ଆକ୍ରାନ୍ତ । ସୁସ୍ଥସଂଖ୍ୟା ୯୧ଲକ୍ଷ ୩୯ହଜାର ୯୦୧କୁ ବୃଦ୍ଧି ପାଇଛି । ସୁସ୍ଥହାର ରହିଛି ୯୪.୪୫%।

Leave A Reply

Your email address will not be published.