Latest Odisha News

BREAKING NEWS

ଈଶା ଦେଓଲଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଦେଓଲଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ ହୋଇଛି । ଈଶା ତାଙ୍କ ଟୁଇଟର ଆକାଂଉଟ ମାଧ୍ୟମରେ ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମୋର ଆଇଆମଇଶାଦେଓଲ ଆକାଂଉଟକୁ କେହି ଜଣେ ହ୍ୟାକ କରି ନେଇଛି । ସେ ଏକ ସ୍କ୍ରିନଶଟ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ କପିରାଇଟ ଉଲ୍ଲଂଘନ ମେସେଜ ରହିଛି ।

ଏହି ଆକାଂଉଟରୁ ଯଦି କୌଣସି ମେସେଜ ଯାଉଛି ତାହାହେଲେ ଆପଣମାନେ ସତର୍କ ରହିବେ ବୋଲି ଈଶା ପ୍ରଶଂସକଙ୍କୁ କହିଛନ୍ତି । ଈଶାଙ୍କ ପୂର୍ବରୁ ଅମିଷା ପଟେଲ, ଆଶା ଭୋସଲେ, ଉର୍ମିଳା ମାତୋଣ୍ଡକର, ସୁଜୈନ ଖାଁ, ବିକ୍ରାନ୍ତ ମେସୀ ଓ ଫାରାହ ଖାଁଙ୍କ ଆକାଂଉଟ ମଧ୍ୟ ହ୍ୟାକ ହୋଇଥିଲା ।

Leave A Reply

Your email address will not be published.