Latest Odisha News

BREAKING NEWS

ବିଏମସି ନୋଟିସକୁ ସୋନୁଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନିକଟରେ ବିଏମସି ପକ୍ଷରୁ ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା। ବିଏମସି ଅଭିଯୋଗ କରିଛି ଯେ ଆବାସିକ କୋଠାକୁ ହୋଟେଲରେ ପରିଣତ କରିବା ପୂର୍ବରୁ ଅଭିନେତା କୌଣସି ଅନୁମତି ନେଇ ନଥିଲେ। ଏବେ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ସୋନୁ ସୁଦ ବମ୍ବେ ହାଇକୋର୍ଟଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି। ସେ ବିଏମସି ନୋଟିସକୁ ଚ୍ୟାଲେଞ୍ଜ କରିଛନ୍ତି।

ଗତ ସପ୍ତାହରେ ସୋନୁ ଦାଖଲ କରିଥିବା ପିଟିସନରେ ବିଏମସିର ଅଭିଯୋଗ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସୋନୁଙ୍କ ଓକିଲ ଡି.ପି ସିଂ କହିଛନ୍ତି ଯେ ସୋନୁ ୬ ମହଲା ବିଶିଷ୍ଟ ପାୱାରହାଉସ ସାଗର ବିଲଡିଂରେ କୌଣସି ବେଆଇନ କୋଠା ନିର୍ମାଣ କରିନାହାଁନ୍ତି। ସୋନୁ ସୁଦଙ୍କ ଆବେଦନକୁ ସୋମବାର ଜଷ୍ଟିସ ପୃଥ୍ବୀରାଜ ଚୌହାନଙ୍କ ଖଣ୍ଡପୀଠରେ ଶୁଣାଣି ହେବ। ସୋନୁଙ୍କ ଓକିଲ କହିଛନ୍ତି ଯେ ସୋନୁ ସେହି ବିଲଡିଂରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ମହାରାଷ୍ଟ୍ର ଆଞ୍ଚଳିକ ଏବଂ ଟାଉନ୍ ପ୍ଲାନିଂ (ଏମଆରଟିପି) ଅଧିନିୟମ ଅନୁଯାୟୀ ଦିଆଯାଇଥିବା ପରିବର୍ତ୍ତନଗୁଡ଼ିକର ଅନୁମତି ଅନୁଯାୟୀ କେବଳ ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.