Latest Odisha News

BREAKING NEWS

ଲକ୍ ଡାଉନରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଗାର୍ଗୀ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଗାର୍ଗୀ ମହାନ୍ତିଙ୍କର ଗତକାଲି ବିବାହ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରର ଏକ ହୋଟେଲରେ ଗାର୍ଗୀ ନିଜ ପିଲା ଦିନର ସାଙ୍ଗ ରବୀନ୍ଦ୍ର ପାଢୀଙ୍କୁ ବିବାହ କରିଛନ୍ତି । ଲକ୍ ଡାଉନ ଚାଲିଥିବାକୁ ଦୁଇ ପରିବାରର ସଦସ୍ୟଙ୍କ ସମେତ ଅଳ୍ପ କିଛି ବନ୍ଧୁ ଏହି ବିବାହରେ ସାମିଲ ହୋଇଥିଲେ । ଗତକାଲିଠାରୁ ଗାର୍ଗୀଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଦେଖିବା ପରେ ତାଙ୍କ ଫ୍ୟାନ ଓ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୨୦୦୫ ରେ ହର ପଟ୍ଟନାୟକ ନିର୍ଦ୍ଦେଶିତ ‘ଅର୍ଜୁନ’ ସିନେମାରୁ ଗାର୍ଗୀ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ପରେ ଅନେକ ଚଳଚ୍ଚିତ୍ର, ଧାରାବାହିକ, ସମାନ୍ତରାଳ ସିନେମାରେ ସେ ନିଜ ନିଚ୍ଛକ ଅଭିନୟରେ ଦର୍ଶକଙ୍କ ହୃଦୟକୁ ଜିଣି ପାରିଛନ୍ତି ।

Leave A Reply

Your email address will not be published.