Latest Odisha News

ବିଜେପି ଛାଡିଲେ ଅଭିନେତ୍ରୀ ଜିନା ସାମଲ

ଭୁବନେଶ୍ଵର: ବିଜେପି ଛାଡିଲେ ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ । ଦଳର ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଲେ ନିଜର ଇସ୍ତଫାପତ୍ର । ଦଳ ପାଇଁ ସେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥିଲେ ହେଁ ନେତୃତ୍ୱଙ୍କର ସେ ଆସ୍ଥା ଭାଜନ ହୋଇ ପାରିଲେ ନାହିଁ । ଦଳରେ ତାଙ୍କ ପାଇଁ ଆଉ କିଛି ବାକି ନାହିଁ ଇସ୍ତଫା ପତ୍ରରେ ଜିନା ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁସାରେ, ଜିନା ବାଲେଶ୍ବର ଜିଲ୍ଲା ଭୋଗରାଇ ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ମାତ୍ର ଦଳ ତାଙ୍କୁ ଟିକେଟ ଦେଇନଥିଲା । ତେଣୁ ସେ ଦଳ ଛାଡ଼ିଥିବା କୁହାଯାଉଛି । ତେବେ ଏହାପରେ ତାଙ୍କର ଆଭିମୁଖ୍ୟ କ’ଣହେବ ତା’ଉପରେ ଏବେ ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ, ୨୦୨୩ ମାର୍ଚ୍ଚ ମାସରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ । ବାଲେଶ୍ବରରେ ଆୟୋଜିତ ଏକ ମିଶ୍ରଣପର୍ବରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗ ଦେଇଥିଲେ।

Leave A Reply

Your email address will not be published.