Latest Odisha News

BREAKING NEWS

ଆସନ୍ତା ୩୦ ତାରିଖରେ କାଜଲ ଅଗ୍ରଓ୍ୱାଲଙ୍କ ବାହାଘର

ମୁମ୍ୱାଇ: ସିଂଘମ୍ ହିରୋଇନ୍ କାଜଲ ଅଗ୍ରଓ୍ୱାଲ ଫ୍ୟାନଙ୍କ ପାଇଁ ଖୁସି ଖବର । ଆସନ୍ତା ୩୦ ତାରିଖରେ ତାଙ୍କର ବାହାଘର । ଫ୍ୟାମିଲି ଲାଇଫରେ ଏଣ୍ଟ୍ରି ମାରିବେ କାଜଲ । ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବିଜନେସ୍ ମ୍ୟାନ୍ ଗୌତମ କିଟଚଲୁଙ୍କୁ ବିବାହ କରିବେ କାଜଲ ।

ମୁମ୍ବାଇରେ କାଜଲ-ଗୌତମଙ୍କ ବିବାହ ନିରାଡମ୍ବର ଭାବରେ ହେବ । କରୋନା ଯୋଗୁ କେବଳ ପରିବାର ଲୋକ ଓ କିଛି ଆତ୍ମୀୟ ଯୋଗ ଦେବେ । ନୂଆ ଅଭିଯାନ ଆରମ୍ଭ କରୁଥିବାରୁ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି କାଜଲ । ସମସ୍ତଙ୍କ ଭଲ ପାଇବା ମାଗିଛନ୍ତି ।

କାଜଲ କହିଛନ୍ତି ସେ ଆଗକୁ ମଧ୍ୟ ଅଭିନୟ ଜାରି ରଖିବେ । ସବୁବେଳେ ସମର୍ଥନ ଦେଇ ଆସୁଥିବାରୁ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ କାଜଲଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ତାମିଲ ଓ ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ନମ୍ୱର ଓ୍ୱାନ ନାୟିକା କାଜଲ ଅଗ୍ରଓ୍ୱାଲ । ବଲିଉଡରେ ବି କାମ କରିଛନ୍ତି ।

Leave A Reply

Your email address will not be published.