Latest Odisha News

BREAKING NEWS

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ

ଭୁବନେଶ୍ୱର: ୪ ଦିନ ଧରି ତର୍କ ବିତର୍କ ଓ ଆଲୋଚନା ପରେ ଆଜି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ । ଗୃହରେ ବାଚନିକ ଭୋଟ ମାଧ୍ୟମରେ ବିଲ୍‌ଟିକୁ ପାରିତ କରାଯାଇଛି । ବିଲ୍ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ଗୃହରେ ଧାରଣାରେ ବସିଥିଲେ ଏବଂ ନାରାବାଜି ଦେଇଥିଲେ । ଆଲୋଚନାରେ ଭାଗ ନେଇନଥିଲେ ବିଜେପି ବିଧାୟକ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆଜି କଳା ଦିବସ ଏବଂ ଏହି ଆଇନ୍ ଏକ କଳା ଆଇନ୍ ।

ସେପଟେ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍ ଆଲୋଚନା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗୃହରେ ବିବୃତି ରଖିଥିଲେ । ସେ କହିଛନ୍ତି, ଏହି ଆଇନ୍ ଦ୍ୱାରା କୌଣସି ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବ ନାହିଁ । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଏବଂ ସିଣ୍ଡିକେଟ୍ ବ୍ୟବସ୍ଥାକୁ ଅଧିକ ମଜଭୁତ କରାଯାଇଛି । କେନ୍ଦ୍ର ଆଇନ୍ ଓ ରାଜ୍ୟ ଆଇନ୍ ଭିତରେ କୌଣସି ଦ୍ୱନ୍ଦ ନାହିଁ । ଗୁଜରାଟ, ପଂଜାବ, ବିହାର, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ କୂଳପତି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ଓଡ଼ିଶାରେ ନିଯୁକ୍ତି ରାଜ୍ୟପାଳ କରନ୍ତି । ଭିସିଙ୍କ କାର୍ଯ୍ୟକାଳ ୩ ବର୍ଷ ବଦଳରେ ୪ ବର୍ଷ କରାଯାଇଛି ।

Leave A Reply

Your email address will not be published.