Latest Odisha News

BREAKING NEWS

ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ରିଚା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି ରିଚା ଚଢ଼ା । ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାମରେ ପାୟଲ ଘୋଷ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । କୋର୍ଟରେ ମାମଲା ଦାୟର କରିବା ବେଳେ ପାୟଲ କହିଥିଲେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନୁରାଗଙ୍କ ସହ କାମ କରିବାକୁ ସବୁ ପ୍ରକାର ବୁଝାମଣା କରିବାକୁ ପ୍ରସ୍ତୁତ ହୋଇଛନ୍ତି । ରିଚା ଚଢ଼ା, ମାହି ଗିଲ ଓ ହୁମା କୁରୈଶୀଙ୍କ ନାମ ସେ ଏଥିରେ ନେଇଥିଲେ ।

ଯାହାକୁ ନେଇ ରିଚା ଉପରୋକ୍ତ ମାନହାନି ମାମଲା ରୁଜୁ କରିଛନ୍ତି । ମଙ୍ଗଳବାର ଏହି ମାମଲାର ଶୁଣାଣି ହେବାର ଥିଲା ମାତ୍ର ଉଭୟ ପକ୍ଷ ଉପସ୍ଥିତ ନ ଥିବାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି ।

Leave A Reply

Your email address will not be published.