Latest Odisha News

BREAKING NEWS

ଜାତିଭିତ୍ତିକ ବିବାଦୀୟ ମନ୍ତବ୍ୟ ଦେଇ ଅଭିନେତ୍ରୀ ଗିରଫ

ଥିରୁବନନ୍ତପୁରମ୍: ଗିରଫ ହେଲେ ତାମିଲ ଅଭିନେତ୍ରୀ ମୀରା ମିତୁନ। ସୋସିଆଲ ମିଡିଆରେ ଜାତିଗତ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ। ତାଙ୍କ ବିରୋଧରେ ମାମଲା ମଧ୍ୟ ଦାଏର୍‌ ହୋଇଥିଲା। ମୀରାଙ୍କୁ ତାମିଲନାଡୁ ପୋଲିସର ସାଇବର କ୍ରାଇମ ୱିଙ୍ଗ ଗିରଫ କରିଥିବା ସୂଚନା ମିଳିଛି।

ଅଗଷ୍ଟ ୧୨ରେ ପୋଲିସ ନିକଟରେ ହାଜର ହେବାରେ ବିଫଳ ହେବା ପରେ ମିତୁନଙ୍କୁ ଗିରଫ କରାଯାଇଥିଲା ସେ ଟୁଇଟରେ ଭିଡିଓ ଜରିଆରେ ଜାତିଗତ ସମ୍ବନ୍ଧୀୟ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ।

Comments are closed.