Latest Odisha News

ନିଜ ଷ୍ଟାଇଲିସ୍ ଲୁକ୍ ଦ୍ୱାରା ଫ୍ୟାନ୍ସଙ୍କ ହୃଦୟରେ ନିଆଁ ଲଗେଇଲେ ନର୍ଗିସ୍

ମୁମ୍ବାଇ: ସର୍ବୋତ୍ତମ ପୋଷାକ ହେଉ କିମ୍ବା ହେୟାର ଷ୍ଟାଇଲ୍, ନର୍ଗିସ୍ ଫାଖ୍‌ରୀ ସର୍ବଦା ତାଲିକାର ଶୀର୍ଷରେ। ପ୍ରତ୍ୟେକ ଷ୍ଟାଇଲକୁ କିପରି ବହନ କରିବେ ସେ ଭଲ ଭାବେ ଜାଣନ୍ତି ଏବଂ ସମୟର ତାଳେ ତାଳେ ତାଙ୍କ ଫ୍ୟାଶନ୍ ସେନ୍ସ ମଧ୍ୟ ଭଲ ହୋଇଯାଏ।

ବଲିଉଡର ଷ୍ଟାଇଲ୍ ଡିଭା ମଧ୍ୟରୁ ନର୍ଗିସ୍ ଫାଖ୍‌ରୀ ଜଣେ ଅନ୍ୟତମ। ନର୍ଗିସ୍ ସର୍ବଦା ତାଙ୍କ ଲୁକ୍ ଏବଂ ଷ୍ଟାଇଲକୁ ମେଳ ଖାଇଲା ଭଳି ଉପଯୁକ୍ତ ପୋଷାକ ପରିଧାନ କରନ୍ତି। ବଲିଉଡ ଅଭିନେତ୍ରୀ ତଥା ଆମେରିକୀୟ ମଡେଲ ନର୍ଗିସଙ୍କ ଫ୍ୟାଶନ ସେନ୍ସ ମଧ୍ୟ ଅତ୍ୟନ୍ତ ସୁନ୍ଦର। ନର୍ଗିସଙ୍କ ଫ୍ୟାଶନ୍ କେବଳ ସାଧାରଣ ଲୋକଙ୍କୁ ନୁହେଁ, ବରଂ ବି-ଟାଉନର ଅନ୍ୟ ଅଭିନେତ୍ରୀମାନଙ୍କୁ ମଧ୍ୟ ପ୍ରେରଣା ଦିଏ।  ନିକଟରେ ସେ ପୁଣି ଥରେ ନିଜ ଫ୍ୟାଶନ ଲୁକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥିରେ ନର୍ଗିସ୍ ବହୁତ ସୁନ୍ଦର ଏକ ଗାଉନ୍ ପିନ୍ଧିଛନ୍ତି।

ନିକଟରେ ନର୍ଗିସ୍ ଫାଖ୍‌ରୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସାଇନିଂ ଗାଉନ୍ ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ ଗାଉନ୍ ଡିପ୍ କ୍ରିମ୍ ରଙ୍ଗର ହୋଇଥିବା ବେଳେ ଭିଡିଓରେ ନର୍ଗିସ୍ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ନର୍ଗିସଙ୍କ ଏହି ଲୁକ୍ ଷ୍ଟନିଂ ଲାଗୁଛି। ନର୍ଗିସ୍ ତାଙ୍କ କେଶକୁ ସୁନେଲୀ ରଙ୍ଗ କରିଛନ୍ତି, ଯେଉଁ କାରଣରୁ ତାଙ୍କର ତ୍ୱତା ଉଜ୍ୱଳ ଦେଖାଯାଉଛି।

ନର୍ଗିସଙ୍କ ଏହି ଗାଉନ୍ ଆୟେଶା ଶୋଏବ ମଲିକଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଭିଡିଓ ସେୟାର କରିବାବେଳେ ସେ ଏକ କ୍ୟାପସନ ମଧ୍ୟ ଦେଇଛନ୍ତି। ନର୍ଗିସ୍ ଲେଖିଛନ୍ତି- ‘ଏହି ଗାଉନ୍ ବହୁତ ବିଳାସପୂର୍ଣ୍ଣ ଅଟେ। ବିସ୍କର ଉଜ୍ଜ୍ୱଳ ରଙ୍ଗ ମୋତେ ତାରାମାନଙ୍କ ଅପେକ୍ଷା ଅଧିକ ଉଜ୍ଜ୍ୱଳ କରିଛି।’

Leave A Reply

Your email address will not be published.