Latest Odisha News

BREAKING NEWS

ସନ୍ଦେହ ଜନକ ଅବସ୍ଥାରେ ବଙ୍ଗଳାର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀଙ୍କ ଶବ ଉଦ୍ଧାର

କୋଲକାତା: ବେଙ୍ଗଲର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ ଆଜି ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସେ ଜଣାଶୁଣା ନାମ ଥିଲେ । ହଠାତ କଣ ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କଲେ ତାଙ୍କ ସ୍ପଷ୍ଟ ହୋଇପାରନି । ପଲ୍ଲବୀଙ୍କ ସହ ଅଭିନେତ୍ରୀ ଅନାମିତ୍ରା ବତବିୟାଲଙ୍କ ମତରେ ଆମେ ଏବେ କିଛି ଦିନ ହେବ ସିରିୟଲର ଶୁଟିଂ ସାରି ଆସିଥିଲୁ । ସେ ବହୁତ ଖୁସି ଥିଲେ । ଏହି ଭଳି ଚରମ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଁ ଏବେ ବି ଭାବି ପାରୁନି ବୋଲି ସେ କହିଥିଲେ । ରେଶମ ଝମ୍ପି ଓ ଆମି ସିରାଜର ବେଗମ ସିରିୟଲ ମାଧ୍ୟମରେ ବେଶ ଲୋକପ୍ରିୟ ହୋଇ ପଡିଥିଲେ ।

ପୋଲିସ ଘଟଣାର ଜୋରସୋରରେ ତଦନ୍ତ ଆରମ୍ଭ କରିଛି । ସନ୍ଦେହଜନକ ଅବସ୍ଥାରେ ଫ୍ୟାନରେ ତାଙ୍କ ମୃତ ଦେହ ଝୁଲୁଥିଲା । ଏପରିକି ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେ ତାଙ୍କ ବୟଫ୍ରେଣ୍ଡ ସହ ଲିଭଇନ ରିଲେଶନରେ ରହୁଥିଲେ ।

Leave A Reply

Your email address will not be published.