Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୩୦ ଫୁଟ୍‌ ଗଭୀର କୂଅରୁ ଉଦ୍ଧାର ହେଲେ ଜଗବନ୍ଧୁ

କୂଅ ସଫା କରୁ କରୁ ଗଳିପଡ଼ିଲେ କୂଅ ଭିତରେ । ଗଭୀର କୂଅ ହୋଇଥିବାରୁ ସହଜରେ ବାହାରିପାରିନଥିଲେ କି ସ୍ଥାନୀୟ ଲୋକେ ବି ବାହାର କରିପାରିନଥିଲେ । ବହୁତ ସମୟ କସରତ ପରେ ଶେଷରେ ଲୋକେ ଖବର ଦେଇଥିଲେ ଅଗ୍ନିଶମ ବିଭାଗକୁ । ଶେଷରେ କୂଅ ଭିତରୁ ଉଦ୍ଧାର ହେଲେ ବ୍ୟକ୍ତି ୩୦ ଫୁଟ୍କୂଅ ଭିତରୁ ଗଳିପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଳକ ଅଧୀନ ଝାଟିଅଡା ପଞ୍ଚାୟତର ଝାଟିଅଡା ଗାଁରେ ଏଭଳି ଘଟଣା ଘଟିଛି

ଗାଁର ଜଗବନ୍ଧୁ ଲେଙ୍କା (୫୨) ଏକ ପରିତ୍ୟକ୍ତ କୂଅ ଭିତରକୁ ସଫା କରିବା ପାଇଁ ଓହ୍ଲାଇ ଥିବା ବେଳେ ହଠାତ୍ ଗୋଡ ଖସି କୂଅ ଭିତରକୁ ଗଳିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରାସଗୋବିନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଗବନ୍ଧୁଙ୍କୁ ଉଦ୍ଧାର କରିଛି ।

ତେବେ ୩୦ ଫୁଟ ଗଭୀର କୂଅରେ ଅମ୍ଳଜାନ ଅଭାବରୁ ଅଣନିଶ୍ଵାସୀ ହୋଇ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି

Leave A Reply

Your email address will not be published.