Latest Odisha News

BREAKING NEWS

ସବ ଜୁନିୟର ହକି: ଓଡିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର: ଗୋଆରେ ଖେଳା ଯାଉଥିବା ୧୨ତମ ଜାତୀୟ ସବ ଜୁନିୟର ପୁରୁଷ ହକିରେ ଓଡିଶା ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଓଡିଶା ୫-୨ ଗୋଲରେ ହରିୟାଣାକୁ ପରାସ୍ତ କରିଥିଲା । ଷ୍ଟାର ସ୍କୋରର ରୋହିତ ସିଂ ୨ଟି ଗୋଲ ସ୍କୋର କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗ୍ରୁପ ଷ୍ଟେଜରେ ଚମତ୍କାର ପ୍ରଦର୍ଶନ କରି ଓଡିଶା ସେମିଫାଇନାଲରେ ପ୍ରବେଶ କରିଥିଲା ।

ଝାଡଖଣ୍ଡ ସହ ମ୍ୟାଚ ରୋମାଂଚକପୂର୍ଣ୍ଣ ହୋଇଥିଲା । ଉଭୟ ଦଳ ନିର୍ଦ୍ଧାରିତ ସମୟରେ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ପେନାଲ୍ଟି ଶୁଟଆଉଟରେ ଝାଡଖଣ୍ଡ ବାଜି ମାରିଥିଲା । ଗ୍ରୁପ ପର୍ଯ୍ୟାୟରେ ଭାରତ ୩ଟି ମ୍ୟାଚରେ ୩୩ ଗୋଲ ସ୍କୋର କରିଥିଲେ ମଧ୍ୟ ସେମିରେ ପ୍ରବେଶ କରିପାରି ନ ଥିଲା ।

Leave A Reply

Your email address will not be published.