Latest Odisha News

BREAKING NEWS

ଏମପି ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତିଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲା

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ବେଶ୍ ଚର୍ଚ୍ଚାରେ । ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ରାଘବ ଚଢ଼ାଙ୍କ ସହ ତାଙ୍କର ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ପରିଣୀତିଙ୍କୁ ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡ଼ିଓକୁ ଦେଖି ଏବେ ସେମାନଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହ ପୋଷାକ ଅର୍ଡ଼ର ଦେବାକୁ ପରିଣୀତି ମନୀଷଙ୍କ ଘରକୁ ଯାଇଥାଇ ପାରନ୍ତି ବୋଲି ଆଲୋଚନା ହେଉଛି । ରାଘବ ହେଉଛନ୍ତି ସର୍ବକନିଷ୍ଠ ସାଂସଦ । ତାଙ୍କୁ ନିକଟରେ ପରିଣୀତି ଚୋପ୍ରାଙ୍କ ସହ ଉଭୟ ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ଏଥିସହିତ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ଖବର ପ୍ରଚାର ହେବାରେ ଲାଗିଲା । ମାତ୍ର ଏ ବ୍ୟାପାରରେ ରାଘବ କିମ୍ବା ପରିଣୀତି ମୁହଁ ଖୋଲି ନାହାନ୍ତି ।

Leave A Reply

Your email address will not be published.