ଭୁବନେଶ୍ୱର: ବାହାନାଗା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ପୀଡିତ ଲୋକଙ୍କ ପାଇଁ ସହାନୁଭୁତି ଓ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ରାନୀ ପଣ୍ଡା । ଗୁଣ୍ଡୁଚି ହୋଇ ଲୋକଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ।
ଖବର ପାଉ ପାଉ ଶନିବାର ଦୁର୍ଘଟଣାସ୍ଥଳୀକୁ ଯାଇଥିଲେ ରାନୀ । ଘଟଣାସ୍ଥଳ ବୁଲି ଦେଖିବା ସହ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଥିଲେ । ପ୍ରତିକ୍ରିୟାରେ ରାନୀ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଅନେକ ଲୋକଙ୍କ ପରିବାର ଉଜୁଡ଼ି ଯାଇଛି । ଆତ୍ମୀୟଙ୍କୁ ହରାଇ ଅନେକ ଅନିଶ୍ଚିତତାକୁ ଆପଣାଇବାକୁ ବାଧ୍ୟ ହୋଇଛନ୍ତି । ଏହି ଘଟଣାର ପୁନରାବୃତ୍ତି ନ ଘଟୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାନୀ ।
ରାନୀ କହିଛନ୍ତି ଯେ, ମୁଁ ଗୋଟେ ଧନୀ ନୁହେଁ । ତାଛଡ଼ା ବ୍ୟକ୍ତିଗତ ଭାବେ ମୃତାହତଙ୍କ ପରିବାରକୁ ଭେଟି ସହାୟତା କରିବା ମୋପକ୍ଷେ ସମ୍ଭବ ନୁହେଁ । କିନ୍ତୁ ନିଜ ସାଧ୍ୟମତେ ଲୋକଙ୍କୁ ଗୁଣ୍ଡୁଚି ହୋଇ ସାହାଯ୍ୟ କରିବି । ଏଥିପାଇଁ କେନ୍ଦ୍ର ସରକାରଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କାର ସହାୟତା ଦେବାକୁ ରାନୀ କହିଛନ୍ତି ।
Comments are closed.