Latest Odisha News

BREAKING NEWS

ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ‘ନୃତ୍ୟ ବିଳାସ’ ଆୟୋଜିତ

ଭୁବନେଶ୍ୱର : ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ିଶୀ ନୃତ୍ୟାନୁଷ୍ଠାନ ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକଉତ୍ସବ ‘ନୃତ୍ୟ ବିଳାସ’ ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ତ୍ରିଧାରାର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ବିଶିଷ୍ଠ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଉତ୍ସବରେ ଏକାଡେମୀର ଶିଳ୍ପୀମାନଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଉପରେ ଏକକ ଓ ଦଳଗତ ନୃତ୍ୟର ମଙ୍ଗଳଚରଣରେସୂର୍ଯ୍ୟାଷ୍ଠକମ, ଅଭିନୟ ମାନଉଦ୍ଧାରଣ ପରିବେଷଣ କରାଯାଇଥିଲା ଏବଂ ପରେ ପରେ ବରିଷ୍ଠ ଓ କନିଷ୍ଠ ଶିଳ୍ପୀମାନଙ୍କ ଦ୍ୱାରା ଯଥାକ୍ରମେ ମାତା ଦୁର୍ଗେ, ଆମ ଗାଁ ସକାଳ ସଞ୍ଜ, ରାଧାରାଣୀ ସଙ୍ଗେ ନାଚେ, ବକ୍ରତୁଣ୍ଡ ମହାକାୟ ଆଦି ପରିବେଷିତ ହୋଇଥିଲା । ଏହା ସହ କୁନି କୁନି ଶିଳ୍ପୀମାନଙ୍କ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।

ପ୍ରମୋଦ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବ ଶ୍ରୀ ଡ୍ୟାନ୍ସ ଏକାଡେମୀର ସଦସ୍ୟ ଯଥାକ୍ରମେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବରାଦ ପ୍ରସନ୍ନ ତ୍ରିପାଠୀ, ମନୀନ୍ଦ୍ର କୁମାର ଦାସ ଓ ଶାନ୍ତନୁ କୁମାର ପୃଷ୍ଟି ଆଦି ସଦସ୍ୟମାନଙ୍କ ଉପସ୍ଥିତିରେ ସମ୍ପାଦିତ ହୋଇଥିଲା। ବିଶ୍ଵଜିତ ବଳିୟାରସିଂହ ଓ ନମିତା ରାୟ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ରାଜେନ୍ଦ୍ର ନାରାୟଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.