Latest Odisha News

BREAKING NEWS

ଟ୍ରୋଲ ହେବା ପରେ କ୍ଷମା ମାଗିଲେ ରିଚା, ଡିଲିଟ କଲେ ଟ୍ୱିଟ

ମୁମ୍ବାଇ: ଶେଷରେ କ୍ଷମା ମାଗିଲେ ବଲିଉଡର ଦମଦାର ଅଭିନେତ୍ରୀ ରିଚା ଚଡ୍ଡା ।   ସେ କରିଥିବା ଏକ ଟ୍ୱିଟ ଯୋଗୁଁ ତାଙ୍କୁ ବହୁତ ଟ୍ରୋଲ ହେବାକୁ ପଡିଥିଲା । ଯେଉଁଥିପାଇଁ ସେ ଟ୍ୱିଟକୁ ଡିଲିଟ କରିବା ସହ ରିଟ୍ୱିଟ କରି କ୍ଷମା ମାଗିଛନ୍ତି ।

ଗତ ମଙ୍ଗଳବାର ଦିନ ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଥିଲେ ଯେ, ଭାରତୀୟ ସେନା POKକୁ ଫେରାଇବାକୁ ପ୍ରସ୍ତୁତ ଏବଂ କେବଳ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି । ଏହି ବିବୃତି ଉପରେ ରିଚା ଚଡ୍ଡା ଟ୍ୱିଟ କରିଛନ୍ତି, ‘Galwan says hi’ ।

ପରେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଦେଖିବା ପରେ ଲୋକମାନେ ରାଗି ଯାଇଥିଲେ । ଏହାକୁ ଲଜ୍ଜାଜନକ ଏବଂ ଅପମାନଜନକ ବୋଲି କହିଛନ୍ତି ୟୁଜର୍ସ ମାନେ ୨୦୨୦ରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂର୍ଘଷକୁ ଅପମାନ ମନେ କରୁଥିବା କହିଛନ୍ତି । କେତେକ ଲୋକ କହିଛନ୍ତି ଗଲଓ୍ୱାନରେ ସହିଦ ହୋଇଥିବା ସୈନ୍ୟମାନଙ୍କର ମଜା ଉଡାଉଛନ୍ତି  । ଏହି ପୋଷ୍ଟକୁ ନେଇ ବହୁ ଟ୍ରୋଲ ହେବା ପରେ ଅଭିନେତ୍ରୀ ରିଚା ଟ୍ୱିଟରରୁ ପୋଷ୍ଟକୁ ଡିଲିଟ କରିବା ସହ ଟ୍ୱିଟ କରି କ୍ଷମା ମାଗିଥିଲେ ।

ସେ କ୍ଷମା ମାଗି କହିଛନ୍ତି ଯେ, ମୋର ଉଦ୍ଦେଶ୍ୟ  ନଥିଲା ସେନାକୁ ଅପମାନ କରିବା । ତଥାପି ମୋତେ ବିବାଦକୁ ଟଣା ଗଲା । ଯଦି କାହାକୁ ଖରାପ ଲାଗିଛି ମୋତେ କ୍ଷମା କରି ଦେବେ । ମୋର ଅଜା ମଧ୍ୟ ସେନାରେ ଥିଲେ ଏବଂ ତାଙ୍କ ଗୋଡରେ ମଧ୍ୟ ଗୁଳି ବାଜିଛି  । ଏହା ସହ ମୋର ମାମୁଁ ପାରାଟ୍ରୁପରେ ଥିଲେ । ଏହା ମୋ ରକ୍ତରେ ଅଛି । ଯଦି କେହି ସୈନ୍ୟର କିଛି ହୁଏ ତେବେ ତାର ପୁରା ପରିବାର ପ୍ରଭାବିତ ହୋଇଥାଏ । ତେଣୁ ଏହା ମୋ ପାଇଁ ଭାବାତ୍ମକ କଥା ଅଟେ ।’

Leave A Reply

Your email address will not be published.