Latest Odisha News

ବିଧାନସଭାରେ ୧୬, ୮୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ

ଭୁବନେଶ୍ୱର: ଶୀତ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ ଆସିଛି ।

ବଜେଟରେ ପ୍ରଶାସନିକ ବ୍ୟୟ ଲାଗି ୪ ହଜାର ୯୩୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ୯ ହଜାର ୨୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର ୬୧୦.୪୬ କୋଟି, ରାଜ୍ୟ ବଜେଟରୁ ସ୍ଥାନାନ୍ତର ୫୫.୫୪ କୋଟି । ଏଭଳି ଭାବେ ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ ହୋଇଛି ।

କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ଅତିରିକ୍ତ ବଜେଟରେ ହୋଇଥିବା ୯ ହଜାର ୨୦୦ କୋଟି ଟଙ୍କା ମଧ୍ୟରୁ ୨, ୦୬୬ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ୭ ହଜାର ୧୩୪ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ତଥା ଅର୍ଥ ସମର୍ପଣରୁ ଭରଣା ହେବ ।

ପ୍ରଶାସନିକ ବ୍ୟୟ ପାଇଁ ୪ ହଜାର ୯୩୪ କୋଟି ବ୍ୟୟ ବରାଦ ମଧ୍ୟରୁ ୩, ୭୦୦ କୋଟି ଟଙ୍କା ବଜେଟ୍ ସ୍ଥିରୀକରଣ ପାଣ୍ଠି ପାଇଁ ଦିଆଯାଇଛି । ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ବିଦ୍ୟାଳୟ ପରିଚାଳନା ପାଇଁ ଦିଆଯାଇଛି ୧୭୩ କୋଟି ଟଙ୍କା ।

OPSC, SSC ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ୧୯ କୋଟି, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡକୁ ୧୨ କୋଟି, ଏସଟି, ଏସି ହଷ୍ଟେଲ ଅନ୍ତେବାସୀଙ୍କ ଲାଗି ୪ କୋଟି, ଭେଷଜ ଶିକ୍ଷା, ତାଲିମ୍ ଏବଂ ଅନୁସନ୍ଧାନ ଲାଗି ୫୨ କୋଟି, OLICକୁ ୩୪ କୋଟି, ଉଚ୍ଚଶିକ୍ଷା ବିଭାଗ ଅଧିନ ବିଶ୍ୱବିଦ୍ୟାଳୟକୁ ୫୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ପାଇଁ ୩୦୬.୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଟଙ୍କିକିଆ ଚାଉଳ ପାଇଁ ୧୬୪ କୋଟି ଟଙ୍କା ଦିଆଯାଇଛି । ଜନସ୍ୱାସ୍ଥ୍ୟ ସେବା ପାଇଁ ୮୬୭ କୋଟି ବ୍ୟୟବରାଦ ହୋଇଛି । ବିଏସକେୱାଇ ଲାଗି ୬୩୮ କୋଟି, ସ୍ୱାସ୍ଥ୍ୟ ଅନୁଷ୍ଠାନର ବିକାଶ ଲାଗି ୬୮ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୫୧ କୋଟି ଦିଆଯାଇଛି ।

ସେହିଭଳି ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ୧୭୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମିଶନ୍ ଶକ୍ତି ସମ୍ବଳ କାର୍ଯ୍ୟକ୍ରମ ପାଇଁ ୩୩ କୋଟି, ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ-୨.୦ ପାଇଁ ୨୭ କୋଟି, ମମତା ଯୋଜନାରେ ନଗଦ ହସ୍ତାନ୍ତର ପାଇଁ ୨୮ କୋଟି ବ୍ୟୟବରାଦ ହୋଇଛି ।

Leave A Reply

Your email address will not be published.