Latest Odisha News

BREAKING NEWS

ବିବାଦ ପରେ ଫିଲ୍ମ ପ୍ରଥାକୁ ହଲରୁ ପ୍ରତ୍ୟାହାର କରିନେଲେ ପ୍ରଯୋଜିକା

ଭୁବନେଶ୍ୱର: ନିଜ ଜନ୍ମମାଟି ଶିବା ହଲରେ ପ୍ରିମିୟର୍ ଶୋ’ ରିଲିଜ ହେବାରେ ବାଧାପ୍ରାପ୍ତ ହେବା ପରେ ଓଲିଉଡର ନବାଗତ ପ୍ରଯୋଜିକା ସାନଲିଶା ପଟେଲ୍ ତାଙ୍କ ଚଳଚ୍ଚିତ୍ର ‘ପ୍ରଥା’କୁ ପ୍ରତ୍ୟାହାର କରିନେଇଛନ୍ତି। ଯେଉଁଭଳି ଭାବେ କୋଶଳ ସେନା ଫିଲ୍ମର ପୋଷ୍ଟର ଚରିଦେଲା ଏବଂ ରିଲିଜ କରିଇବାରେ ବଡ ବାଧା ଉପୁଜାଇଲା ତାହା ଆର୍ଥିକ କ୍ଷତି କରାଇଛି। ଏଥିପାଇଁ ଅଭିନେତା ମନୋଜ ମିଶ୍ର ଏବଂ ତାଙ୍କ ସମର୍ଥକଙ୍କୁ ସେ ଦାୟୀ କରିଛନ୍ତି। ଏହି ଘଟଣାରେ ମନୋଜ ମିଶ୍ରଙ୍କ ଭୂମିକା ରହିଥିବା କହି ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।

ପଟେଲ୍ କହିଛନ୍ତି, ନିର୍ଦ୍ଧାରିତ ସମୟରେ ହଲରେ ଫିଲ୍ମ ରିଲିଜ୍ ହୋଇଥିଲା, କିନ୍ତୁ ରିଲିଜ୍ ଦିନ ଝାରସୁଗୁଡ଼ାରେ ହଲରେ ବିଶୃଙ୍ଖଳା  ସୃଷ୍ଟି ହୋଇଥିଲା। ଏହାପରେ ପ୍ରିମିୟର ଶୋ’କୁ ବାତିଲ କରିଦିଆଯାଇଛି।

“ମୁଁ ଆଜି ହଲ୍ରୁ ଫିଲ୍ମଟି ନେଇ ଯାଇ ପ୍ରଶାସନର ଦ୍ୱାରସ୍ଥ ହେବି” ବୋଲି ସେ କହିଛନ୍ତି। ଆଗାମୀ ଦିନରେ ରାଜ୍ୟପାଳ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ନ୍ୟାୟ ପାଇଁ ଦାବି କରିବେ ବୋଲି ସାନଲିଶା ପଟେଲ କହିଛନ୍ତି।

ଏପରିକି ପୂର୍ବରୁ ମନୋଜ ମିଶ୍ର ଏହି ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଥିଲେ ମଧ୍ୟ ଫିଲ୍ମକୁ କିପରି ଉଠାଇ ନିଆଗଲା ବୋଲି ତାଙ୍କ ସମର୍ଥକମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ସମ୍ବଲପୁରୀ ଭାଷାରେ ଫିଲ୍ମ ରିଲିଜ୍ ପାଇଁ ଅନୁମତି ମିଳିଛି। ସମ୍ବଲପୁରୀ ତାଙ୍କର ମାତୃଭାଷା। ସମ୍ବଲପୁରୀ ଭାଷାରେ ମଧ୍ୟ ଫିଲ୍ମ ରିଲିଜ୍ କରିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି ପଟେଲ୍। କିନ୍ତୁ ଏହି ସବୁ ଘଟଣା ତାଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ବରରେ କହିଛନ୍ତି।

Leave A Reply

Your email address will not be published.