Latest Odisha News

BREAKING NEWS

କଲେଜରୁ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ବେଳେ ଧରାପଡିଲା ଯୁବକ

ପାରାଦୀପ: କଲେଜରୁ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ କଲେଜରେ । ଜୈନିକା ଛାତ୍ରୀଙ୍କୁ ଜଣେ ବାହାର ଯୁବକ ଅପହରଣ କରିବାକୁ ଉଦ୍ୟମ କରୁଥିବା ନେଇ ଥାନାରେ ଅଭିଯୋଗ ।

ସୂଚନା ଅନୁଯାଇ, ଛାତ୍ରୀ ଜଣଙ୍କ ପରୀକ୍ଷା ସାରି ହଲ୍ ବାହାରକୁ ଫେରୁଥିବା ବେଳେ ସ୍ଥାନୀୟ ପିତାମ୍ବରପୁରର ସୁନୀଲ କୁମାର ସାହୁ ନାମକ ଯୁବକ ଅଚାନକ ନିଜ କାର ମାଧ୍ୟମରେ ଆସି କଲେଜ ଭିତରେ ପ୍ରବେଶ କରିଥିଲେ ।

ଏହାପରେ ସୁନୀଲ ସଂପୃକ୍ତା ଛାତ୍ରୀଙ୍କୁ ମାଡ ମାରିବା ସହ ତାଙ୍କ ଗାଲକୁ କାମୁଡିବା ଓ ତାଙ୍କୁ କାର ଭିତରକୁ ଟାଣି ଜୋରଜବରଦସ୍ତ ନେଉଥିବା ବେଳେ, ସାଥୀ ପିଲା ମାନେ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଯୁବକକୁ ଧରି ଥାନାରେ ଜିମା ଦେଇଛନ୍ତି ।

Leave A Reply

Your email address will not be published.