ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଅଧିକାଂଶ ନେତାଙ୍କ ଆଖି ଛଳଛଳ ହୋଇଥିଲା । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପରେ ଗୁଲାମ ନବି ଆଜାଦଙ୍କ ବିଦାୟୀ ଭାଷଣ ଏହାର କାରଣ ସାଜିଥିଲା । ଆସନ୍ତୁ ଜାଣିବା ଆଜାଦଙ୍କ ବିଦାୟୀ ଭାଷଣର ସାରାଂଶ-
୧. ୨୦୦୫ରେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲି ମୋର ସ୍ୱାଗତ ଭିନ୍ନ ଭାବେ ହୋଇଥିଲା । ଗୁଜରାଟ ଭାଇ ଭଉଣୀଙ୍କ ରକ୍ତରେ ଏହାର ଆରମ୍ଭ ହୋଇଥିଲା ।
୨.ଗୁଜରାଟୀ ପର୍ଯ୍ୟଟକଙ୍କ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଛୋଟ ଛୋଟ ହାତ ମୋ ପାଦ ଧରି ସେମାନଙ୍କ ପରିବାରଜନକୁ ଖୋଜୁଥିଲେ ।
୩. ମୁଁ କେବଳ କହିପାରିଥିଲି ୟା ଖୁଦା ତୁମନେ କ୍ୟା କିୟା, ମେ କୈସେ ଜବାବ ଦୁ ଉନ ବଚ୍ଚୋ କୁଁ ।
୪. ମୋଦି-ଶାହଙ୍କୁ ବିନମ୍ର ଅନୁରୋଧ କଶ୍ମୀରରେ ନୂଆ ସକାଳର ଆରମ୍ଭ କରନ୍ତୁ ।
୫.କଶ୍ମୀରର ପଣ୍ଡିତମାନେ ମୋତେ ସର୍ବଦା ଭୋଟ ଦେଇଛନ୍ତି । ମୁଁ କିନ୍ତୁ ତାଙ୍କ ପାଇଁ କିଛି କରିପାରିନି । ସେମାନଙ୍କୁ କଶ୍ମୀର ଏବେ ବି ଝୁରୁଛି ।
୬.ଚେୟାରମ୍ୟାନ ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧନ୍ୟବାନ ଦେଉଛି । ସର୍ବଦା ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ମୋତେ ମିଳିଛି ।
୭. ଇଦ ହେଉ କି ଦିୱାଲୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ମୋଦିଙ୍କ ଫୋନ ସବୁବେଳେ ଆସିଥାଏ । ପୂର୍ବରୁ ମୋଦି ମଧ୍ୟ ତାଙ୍କ ଭାଷଣରେ ଆଜାଦ ଯୋଗଦାନକୁ ପ୍ରଶଂସା କରିଥିଲେ ।
୮. ପାକିସ୍ତାନ ଅବସ୍ଥା ଦେଖିବା ପରେ ମୁଁ ସର୍ବଦା ହିନ୍ଦୁସ୍ତାନୀ ମୁସଲିମ୍ ଭାବେ ନିଜକୁ ଗର୍ବ ଅନୁଭବ କରେ ।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.