Latest Odisha News

BREAKING NEWS

ଦୁବାଇରେ ଖେଳାଯିବ ଟି୨୦ ଲିଗ: ଶାହାରୁଖ, ମୁକେଶ, ଅଦାନି ଟିମ୍ କିଣିବେ !

ଦୁବାଇ: ଆଇପିଏଲ ଶୈଳୀରେ ଦୁବାଇରେ ଖେଳାଯିବ ଟି୨୦ କ୍ରିକେଟ ଲିଗ । ଏମିରେଟ କ୍ରିକେଟ ବୋର୍ଡ ଖୁବ୍ ଶୀଘ୍ର ଏ ନେଇ ବିଧିବଦ୍ଧ ଘୋଷଣା କରିବ । ଏହି ଲିଗରେ ଟିମ କିଣିବା ନେଇ ଶାହାରୁଖ ଖାଁ, ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପ, ରାଜେଶ ଶର୍ମା ଆଗ୍ରହ ପ୍ରକାଶ କରି ସାରିଛନ୍ତି । କ୍ରିକବିଜରେ ପ୍ରକାଶିତ ଖବର ଅନୁସାରେ ଏହି ଲିଗରେ ୬ଟି ଟିମ ଅଂଶଗ୍ରହଣ କରିବେ । ଆଇସିସିର ସବୁଜ ସଙ୍କେତ ମିଳିବା ପରେ ୟୁଏଇ ଟି୨୦ ଲିଗ ଖୁବ୍ ଶୀଘ୍ର ତାର ରୂପରେଖ ନେଇ ସମ୍ମୁଖକୁ ଆସିବ ।

ଆଇପିଏଲ, ସିପିଏଲ ପରେ ଶାହାରୁଖ ତୃତୀୟ ଟିମ କିଣିବାକୁ ଯାଉଛନ୍ତି । ଜୁନ କିମ୍ବା ଜୁଲାଇରେ ଏହି ଲିଗ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ଏହାର ସମସ୍ତ ମ୍ୟାଚ ରାତିରେ ଖେଳାଯିବ । ୧୨୦ ମିଲିୟନ ଆମେରିକୀୟ ଡଲାରରେ ଏମିରେଟ ବୋର୍ଡ ଲିଗର ମିଡିଆ ରାଇଟ୍ସ ବିକ୍ରି କରିଦେଇଛି ।

Comments are closed, but trackbacks and pingbacks are open.