Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଭୋଟ ତାଲିକାରେ ନାମ ନଥିବାରୁ ଭୋଟ ବାକ୍ସ ଉଠାଇ ନେଲେ ଡଙ୍ଗରିଆ

କଲ୍ୟାଣସିଂହପୁର: ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟରେ ମଧ୍ୟ ଭୋଟ ବିଭ୍ରାଟ ଦେଖାଯାଇଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମ ଠାରେ ଥିବା ୧୪ ନମ୍ବର ବୁଥର ଭୋଟ ବାକ୍ସକୁ ଉଠାଇ ନେଲେ ଡଙ୍ଗରିଆ ।

ଭୋଟ ଦେବା ପାଇଁ ତଳ ମୁସୁଡ଼ି ଓ ଉପର ମୁସୁଡି ଗ୍ରାମର ଡ଼ଙ୍ଗରିଆମାନେ ରାଇଲିମା ୧୪ ନମ୍ବର ଭୋଟ ଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଆସିଥିଲେ । କିନ୍ତୁ ଭୋଟ ତାଲିକାରେ ସେମାନଙ୍କର ନାମ ନଥିବାରୁ ଗ୍ରାମର ୩୩ ଜଣ ଡଙ୍ଗରିଆ ଓ ଅନ୍ୟମାନେ ପଟି ତୁଣ୍ଡ କରିଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ହୋଇଥିଲା।

ଉକ୍ତ ମତଦାନ କେନ୍ଦ୍ରରେ ପ୍ରାୟ ୧୨୯ଖଣ୍ଡ ଭୋଟ ଥିବାବେଳେ ୭୯ ଖଣ୍ଡ ଗ୍ରହଣ କରାଯାଇଥିଲା। ଦିନ ପ୍ରାୟ ୧୨ଟା ସମୟରେ ଉକ୍ତ ଗ୍ରାମର ଡଙ୍ଗରିଆ କନ୍ଧମାନେ ସଂଘବଦ୍ଧ ଭାବେ ଭୋଟ କେନ୍ଦ୍ରରେ ଚାରିପଟୁ କବାଟ ବନ୍ଦ କରି ଜଙ୍ଗଲ ରାସ୍ତା ଦେଇ ନେ଼ଇ ଯାଇଥିଲେ। ଘଟଣାସ୍ଥଳରେ ପୁଲିସ କର୍ମଚାରୀ ଥିଲେବି କିଛି କରି ପାରିନଥିଲେ।

ଘଟଣା ଘଟିବା ପରେ ଏସ୍‌ଡିପି ଓ ଦିବ୍ୟଜ୍ୟୋତି ଦାସ, ତହସିଲଦାର ଦେବାଶିଷ କର, ଥାନ ଅଧିକାରୀ ସୁକୁମା ହାଁସଦାଙ୍କ ସହ ପୁଲିସ ବାହିନୀ ଘଟଣାସ୍ଥଳରେ ପହଂଚି ଭୋଟ ବାକ୍ସ ଉଦ୍ଧାର କରି ଆଣିଥିଲେ। ନିୟମଗିରି ପାହାଡ ଅଂଚଳ ହୋଇଥିବାରୁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ।

Comments are closed, but trackbacks and pingbacks are open.