Latest Odisha News

BREAKING NEWS

ଏଵେ ଆଦାନୀ ଗ୍ରୁପ ବିକ୍ରି କରିବ ଟ୍ରେନ ଟିକେଟ୍!

ନୂଆଦିଲ୍ଲୀ: ଆଦାନୀ ଏଣ୍ଟରପ୍ରାଇଜେସ୍ ଖୁବ୍ ଶୀଘ୍ର ଅନଲାଇନରେ ଟ୍ରେନ୍ ଟିକେଟ୍ ବିକ୍ରି ବ୍ୟବସାୟ କରିବାକୁ ଯାଉଛି। ଏହା ସହିତ ଆଦାନୀ ଗ୍ରୁପ ଅନଲାଇନରେ ଟ୍ରେନ ଟିକେଟ୍ ବୁକିଂ ବ୍ୟବସାୟରେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଏକଚାଟିଆ ବ୍ୟବସାୟକୁ ଚ୍ୟାଲେଞ୍ଜ କରିବ।

ଆଦାନୀ ଏଣ୍ଟରପ୍ରାଇଜେସ୍ ଏହାର ପଦକ୍ଷେପ ବିଷୟରେ ଷ୍ଟକ ମାର୍କେଟକୁ ସୂଚନା ଦେଇଛି। ଷ୍ଟାର୍କ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡ (Stark Enterprises Private Limited) ଅନଲାଇନରେ ଟ୍ରେନ୍ ଟିକେଟ୍ ବୁକିଂ ସହିତ ପ୍ଲାଟଫର୍ମ ଟିକେଟ ବିକ୍ରି କରେ ଯାହା ଟ୍ରେନମ୍ୟାନ ଭାବେ ଜଣାଶୁଣା। ଏବେ ଏହାର ଶତପ୍ରତିଶତ ଅଂଶଧନ ହାସଲ କରିବାକୁ କମ୍ପାନୀ ଏକ ସେୟାର କିଣିବାକୁ ଚୁକ୍ତି ସ୍ୱାକ୍ଷର କରିଛି ବୋଲି ଆଦାନୀ ପକ୍ଷରୁ ସୂଚନା ମିଳିଛି।

ଏସଇପିଏଲର ଶହେ ପ୍ରତିଶତ ଅଂଶଧନ ଅଧିଗ୍ରହଣ ସଂପର୍କରେ ସେୟାର କିଣିବା ଚୁକ୍ତି ବିଷୟରେ ସୂଚନା ଦେଇ ଆଦାନୀ ଗ୍ରୁପ କହିଛି ଯେ କମ୍ପାନୀର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଆଦାନି ଡିଜିଟାଲ୍ ଲ୍ୟାବ୍ସ ପ୍ରାଇଭେଟ ଲିମିଟେଡ୍ (ଏଡିଏଲ୍) ଏକ ଅଂଶଧନ କିଣି ଚୁକ୍ତି କରିଛି। ଏସଇପିଏଲ ସହିତ 100% ଅଂଶଧନ ଅଧିଗ୍ରହଣ ସଂପର୍କରେ ଏକ ସେୟାର କିଣିବା ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଫେବୃଆରୀ 2023 ଶେଷରେ, ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ବ୍ୟାପକ କ୍ଷତି ହୋଇଥିଲା​। ଏବେ କିନ୍ତୁ କମ୍ପାନୀ ଠିକଠାକ ଚାଲୁଥିବା ସୂଚନା ରହିଛି।

Comments are closed.