Latest Odisha News

BREAKING NEWS

ଯୁବକର ଖଣ୍ଡା ଚୋଟରେ ଦୁଇ ମହିଳାଙ୍କ ମୃତ୍ଯୁ

ପାରାଦୀପ: ଏକ୍ସପ୍ରେସ୍ ୱେ କଲୋନୀରେ ଯୁବକର ଉନ୍ମତ୍ତ କାଣ୍ଡ। ଯୁବକର ଖଣ୍ଡା ଚୋଟରେ ୨ ମହିଳା ମୃତ। ରବିବାର ଜଗତତ୍ସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳର ଏକ୍ସପ୍ରେସୱେ କଲୋନୀରେ ଏହି ହତ୍ୟାକାଣ୍ଡ ସମସ୍ତଙ୍କୁ ହତବାକ କରିଦେଇଛି। ଜଣେ ମୃତକଙ୍କ ନାମ ମୀନାରାଣି ସାହୁ (୫୦) ଏବଂ ଅନ୍ୟଜଣେ ସୁଲୋଚାନା ସାହୁ (୪୫) ବୋଲି ଜଣାପଡିଛି। ସେମାନେ ଉଭୟ ପଡ଼ୋଶୀ ଥିଲେ।

BjdElectrycity

ଅଭିଯୁକ୍ତ ଯୁବକ ରମେଶ ସାହୁ ବୋଲି ଜଣା ପଡିଛି। ମଦ୍ୟପାନ କରି ଏପରି ନାରକୀୟ କାଣ୍ଡ କରିଥିବା କୁହାଯାଉଛି। ସେ ଉଭୟ ମହିଳାଙ୍କ ଘରେ ପ୍ରବେଶ କରି ଖଣ୍ଡାରେ ହାଣିଥିବା ଜଣାପଡିଛି। ମିନାରାଣୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁଲୋଚାନାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ଅଭିଯୁକ୍ତ ଯୁବକ କୁଜଙ୍ଗ ପୋଲିସ ଷ୍ଟେସନରେ ଅଟକ ରଖାଯାଇଛି ଏବଂ ଏହି ଘଟଣାରେ ଅଧିକ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ।ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ କାହିଁକି ଅଭିଯୁକ୍ତ ଏହି ଦୁଇ ମହିଳାଙ୍କୁ ଆକ୍ରମଣ କଲା, କଣ ଥିଲା ବିବାଦ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.