Latest Odisha News

BREAKING NEWS

ଆଡ଼ପ ପହଣ୍ଡି ଆରମ୍ଭ, ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ବଡ଼ ଭାଇ

ପୁରୀ: ଶରଧାବାଲିରେ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି ଶ୍ରୀଜୀଉ । ପ୍ରଥମେ ସୁଦର୍ଶନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବା ପରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ଶରଧାବାଲି ପ୍ରକମ୍ପିତ ହେଉଥିବା ବେଳେ ବଡ଼ ଠାକୁର ବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ନିଆଯାଉଛି ।

Adapa Mandapa Bije, Jew Balabhadra Enters In Shree Gundicha Temple

ଏହାପରେ ଭଉଣୀ ସୁଭଦ୍ରା ଏବଂ ପରେ ମହାପ୍ରଭୁ ଜଗନ୍ନାଥ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ । ଆସନ୍ତାକାଲି ଠାରୁ ଆଡ଼ପ ଅବଢ଼ା ବାହାରିବ । ସିଂହଦ୍ୱାର ଦେଇ ଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁ ପ୍ରବେଶ କରିଥିବା ବେଳେ ବାହୁଡ଼ା ଦିନ ନାକଚଣା ଦ୍ୱାର ଦେଇ ରଥକୁ ଆସିବେ ।

Adapa Mandapa Bije, Jew Balabhadra Enters In Shree Gundicha Temple

ନବଦିନାତ୍ମକ ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଶ୍ରୀଜୀଉ ରତ୍ନବଦେୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରି ଥାନ୍ତି । ରଥ ଶରଧାବାଲିରେ ପହଞ୍ଚିବାର ଦିନକ ପରେ ଶ୍ରୀଜୀଉମାନେ ଆଡ଼ପ ବିଜେ କରି ୭ ଦିନ ରହିଥାନ୍ତି । ଏହି ନବଦିନାତ୍ମକ ଯାତ୍ରାକୁ ବାଦ୍ ଦେଲେ ଅନ୍ୟ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥାଏ ।

Leave A Reply

Your email address will not be published.