Latest Odisha News

ଶରୀର ପାଇଁ ଖୁବ୍ ହିତକାରୀ ଅମୃତ ଭଣ୍ଡା

ଭୁବନେଶ୍ୱର: ଫଳ ଓ ପନିପରିବା ମଧ୍ୟରେ ଅମୃତ ଭଣ୍ଡା ହୋଉଛି ଅନ୍ୟତମ । ଅନେକ ଲୋକେ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ନାପସନ୍ଦ ବି କରନ୍ତି । ତେବେ କେହି କେହି ପାଚିଲା ଅମୃତଭଣ୍ଡା ଖାଇବାକୁ ପସନ୍ଦ କରନ୍ତି । ଆଉ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମେ ରାତିରେ ରୁଟି ସହ ଭଣ୍ଡା ସନ୍ତୁଳା ମଧ୍ୟ ଖାଇପାରିବା । କଂଚା ହେଉ କିମ୍ବା ପାଚିଲା ସେଥିରେ ମିନେରାଲ୍ସ, ଭିଟାମିନ, ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ । କଂଚା ଅମୃତଭଣ୍ଡାରେ ଭିଟାମିନ ଏ, ସି, ବି, ଇ, ପୋଟାସିୟମ, ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ରହିଥାଏ । ସମସ୍ତ ରୋଗ ପାଇଁ ମଧ୍ୟ ଭଣ୍ଡା ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଅମୃତଭଣ୍ଡାର ଉପକାରିତା ବିଷୟରେ ।

କଞ୍ଚା ଅମୃତଭଣ୍ଡା ଜୁସ୍‍ ପିଇଲେ ଶରୀରରେ ଇନ୍‍ସୁଲିନର ମାତ୍ରା ନିୟନ୍ତ୍ରଣ ରହିଥାଏ। ଇମ୍ୟୁନିଟି ବଢାଇବା ପାଇଁ ଅମୃତଭଣ୍ଡା ଖାଇବା ବହୁତ୍ ଉପକାରୀ ବୋଲି କୁହାଯାଏ । ଶରୀର ପାଇଁ ଆବଶ୍ୟକ ଭିଟାମିନ୍ ସି ଓ କେତେକ ଜରୁରୀ ପୋଷକ ତତ୍ୱର ଅଭାବକୁ ପୁରା କରିବାରେ ଏହା ସାହାଯ୍ୟ କରି ପାରିବ । କଞ୍ଚା ଅମୃତଭଣ୍ଡା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଯାହା ଥଣ୍ଡା ଓ ସର୍ଦ୍ଦି ଆଦି ରୋଗ ଦୂର ହୋଇଥାଏ।

ଅମୃତଭଣ୍ଡାରେ ଭିଟାମିନ୍ ‘ସି’ ଓ ‘ଏ’ ମିଳିଥାଏ । ଭିଟାମିନ୍ ‘ଏ’ ଆଖିର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରେ । ଭିଟାମିନ୍ ‘ସି ‘ର ଅଭାବ ଥିଲେ ଆଖିରେ ଅନେକ ସମସ୍ୟା ଦେଖା ଦେଇଥାଏ । ଅମୃତଭଣ୍ଡା ଖାଇବା ନାରୀ ମାନଙ୍କ ପାଇଁ ବହୁତ୍ ଉପକାରୀ । ଯେଉଁମାନଙ୍କର ମାସିକ ରୁତୁସ୍ରାବ ସମୟରେ କଷ୍ଟ ଅବୁଭବ ହେଉଥାଏ, ସେମାନଙ୍କ କ୍ଷେତ୍ରରେ ଅମୃତଭଣ୍ଡା ଖାଇବା ବେଶ ଲାଭଦାୟକ ହୋଇଥାଏ । ମହିଳାମାନେ ପ୍ରତିଦିନ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ମାସିକ ଋତୁସ୍ରାବ ସମୟରେ କଷ୍ଟ କମ୍‍ ହୋଇଥାଏ ।

 

Comments are closed.