Latest Odisha News

BREAKING NEWS

୩ ଦିନିଆ କେନ୍ଦୁଝର ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

କେନ୍ଦୁଝର: ଡିସେମ୍ବର ୧୯ ତାରିଖରୁ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

କେନ୍ଦୁଝର ଜିଲ୍ଲା ଗସ୍ତ କରି ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଡିସେମ୍ବର ୧୯ ତାରିଖରେ ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁାର ବିଶ୍ୱ ପ୍ରସିଦ୍ଧ ଟସର ପାର୍କ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ସମୀକ୍ଷା କରିଥିଲେ ।

ପରେ ରବିବାର ପୂର୍ବାହ୍ନରେ ସର୍କିଟ୍ ହାଉସ୍ ଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ, ଡି.ଏମ୍‌.ଏଫ୍‌. ଓ ଓମ୍ବାଡିସି ଅନ୍ତର୍ଗତ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ ।

ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣର ଅଗ୍ରଗତି, ଆନନ୍ଦପୁର ବ୍ୟାରେଜ୍ ସଂପର୍କରେ ବିଶଦ ଭାବେ ସମୀକ୍ଷା କରିବା ସହିତ ଡି.ଏମ୍‌.ଏଫ୍‌. ଓ ଓମ୍ବାଡିସି ଅନ୍ତର୍ଗତ ବିଭିନ୍ନ କ୍ଷେତ୍ରରେ ଯଥା ଭିତିଭୂମି ବିକାଶ, ରାସ୍ତା ନିର୍ମାଣ, ଜୀବିକା କ୍ଷେତ୍ରରେ ଡି.ଏମ୍‌.ଏଫ୍ ତରଫରୁ ମନରେଗା ଯୋଜନାରେ ଶ୍ରମଜୀବୀମାନଙ୍କ ପାଇଁ ମଜୁରୀ ବୃଦ୍ଧି, କୃଷି, ଉଦ୍ୟାନ କୃଷି, ୱାଡି ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଜୀବିକା ମିଶନ,କ୍ଷୁଦ୍ର ଜଳସେଚନ କ୍ଷେତ୍ରରେ କାର‌୍ୟ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ/ ପ୍ରକଳ୍ପର କାର‌୍ୟ୍ୟକାରିତା ଓ ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ ।

ସେଠାରୁ ନାରଦପୁରଠାରେ ଡି.ଏମ୍‌.ଏଫ୍‌. ଅନୁଦାନରେ ନିର୍ମାଣାଧିନ ମେଗା ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ଏହି ପ୍ରକଳ୍ପ କାନପୁର ଓ ଇଟାପୋଖରୀ ସହିତ ୫ଟି ସ୍ଥାନରେ କାର୍ଯ୍ୟକାରୀ ହେଉଛି।

ସେଠାରୁ ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ମିରିଗିସିଙ୍ଗା ଗସ୍ତ କରି ସେଠାରେ ମେଗା ପାନୀୟଜଳ ପ୍ରକଳ୍ପ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ ।

ଏହି ପ୍ରକଳ୍ପ ପାଇଁ ଡି.ଏମ୍‌.ଏଫ୍‌. ଓ ଓମ୍ବାଡିସି ରୁ ୨୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ୨୦୨୧ ସୁଦ୍ଧା ଜିଲ୍ଲାର ସବୁ ଘରକୁ ପାନୀୟ ଜଳ ପହଂଚାଇବାର ଲକ୍ଷ ଧାର୍ଯ୍ୟ କରାଯାଇଛି।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ, ତଦାରଖ ଓ ସମୀକ୍ଷା ସମୟରେ ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ର୍ନିେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.