Latest Odisha News

BREAKING NEWS

ରୋନାଲ୍ଡୋ ହାସଲ କଲେ ଗୋଲ୍ଡେନ ଫୁଟ ପୁରସ୍କାର

ମୋନାକୋ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ସୋମବାର ସମ୍ମାନଜନକ ଗୋଲ୍ଡେନ ଫୁଟ ପୁରସ୍କାର-୨୦୨୦ର ଅଧିକାରୀ ହୋଇଛନ୍ତି । ୟୁଇଏଫଏରେ ଚମତ୍କାର ପ୍ରଦର୍ଶନ କରି ଜୁଭେଂଟସ ଦଳକୁ ରୋନାଲ୍ଡୋ ଶୀର୍ଷରେ ପହଂଚାଇଥିଲେ । ଓଭରାଲ ୧୮ତମ ଖେଳାଳି ଭାବେ ସେ ଏହି ପୁରସ୍କାର ପାଇଛନ୍ତି । ସେ ୪୪ ମ୍ୟାଚରେ ୪୪ ଗୋଲ କରି ନିଜ ଦଳକୁ ଚାମ୍ପିୟନ କରାଇଥିଲେ ।

ସବୁଠାରୁ ବଡ କଥା ଏହି ସମ୍ମାନଜନକ ପୁରସ୍କାର ଜଣେ ଖେଳାଳି ଜୀବନକାଳ ମଧ୍ୟରେ ଥରେ ପାଇପାରିବ । ୨୦୦୩ରୁ ଏହି ପୁରସ୍କାର ଆରମ୍ଭ ହୋଇଥିଲା । ରୋନାଲ୍ଡୋ ସୋସିଆଲ ସାଇଟରେ ପ୍ରଶଂସକଙ୍କୁ ଏହି ପୁରସ୍କାର ବିଷୟରେ ଜଣାଇଥିଲେ । ବିଭିନ୍ନ ମହଲରୁ ଏଥିନେଇ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.