Latest Odisha News

ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ। ୪୦ ହଜାର ଟଙ୍କା ଫାଇନ ନେଇ ୩୦ ହଜାରର ରସିଦ କାଟି ଧରାପଡିଲେ।

ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ୪୦ ହଜାର ଫାଇନ କାଟିଥିଲେ । ୪୦ ହଜାର ଟଙ୍କା ଫାଇନ ନେବା ସତ୍ତ୍ୱେ ୩୦ ହଜାରର ରସିଦ କାଟିଥିଲେ । ଏହି ମାମଲାରେ ଆଉ ୩ ଆରଆଇଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ । ଅଧିକ ଜେରା ପାଇଁ ଗୋବରା, ପାଇଲିପଡା ଓ ବେଲଗୁଣ୍ଠା ଆରଆଇଙ୍କୁ ଉଠାଇ ନେଇଛି ପୋଲିସ ।

Comments are closed.