ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡକ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ବିଧାନସ ସଭା କମ୍ପୁଛି । ଶାସକ-ବିରୋଧୀ ଭାଷଣବାଜିକୁ ନେଇ ମିଡିଆ ବ୍ୟସ୍ତ । ଏସବୁ ଭିତରେ ଆଜି ଏକାଠି ହୋଇଛନ୍ତି ଟପ ପୋଲିସ ଅଧିକାରୀ । ଡ଼ିଜି କ୍ୟାମ୍ପ ଅଫିସରେ ଆଜି ଏକାଧିକ ବରିଷ୍ଠ ପୋଲିସ ଅଧିକାରୀ ଏକାଠି ହୋଇଛନ୍ତି ଘଟଣାର ନବ ଦାସ ହତ୍ୟା ମାମଲାର ତଦନ୍ତ ଉପରେ ଆଲୋଚନା କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଡିଜିପି ସୁନୀଲ ବଂଶଲଙ୍କୁ ଭେଟିଛନ୍ତି । ଆଜି ଡିଜି କ୍ୟାମ୍ପ ଅଫିସରେ ସେ ଡିଜିପିଙ୍କୁ ଭେଟିଛନ୍ତି । ଏଥି ସହିତ ପୋଲିସ ଆଇନ ଶୃଙ୍ଖଳା, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜିଙ୍କ ଭଳି ବରିଷ୍ଠ ଅଧିକାରୀ ଏକାଠି ହୋଇଥିଲେ । ଏଠାରେ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ନବ ଦାସ ହତ୍ୟା ମାମଲାକୁ ନେଇ ଦୁଇ ଦିନ ହେଲା ବିଧାନସଭା ପଡୁଛି ଉଠୁଛି । ନବ ଦାସ ହତ୍ୟା ପଛରେ ଷଡଯନ୍ତ୍ର ରହିଛି ବୋଲି ବିରୋଧ ଦାବି କରୁଥିବାବେଳେ ମୃତ୍ୟୁର ଏତେ ଦିନ ପରେ କ୍ରାଇମବ୍ରାଞ୍ଚ କ’ଣ ତଥ୍ୟ ହାସଲ କରିଛି ତାହା ଜଣାପଡୁ ନାହିଁ । ନବ ଦାସ ହତ୍ୟା ମାମଲାରେ ରାଜ୍ୟ ବାସୀ ଏକ ପ୍ରକାର ଅନ୍ଧାରରେ ଥିବାବେଳେ କ୍ରାଇମବ୍ରାଞ୍ଚର ତଦନ୍ତ କେବଳ ଗୋପାଳ ଦାସ ପାଖରେ ଅଟକି ଯିବା ପରି ମନେ ହେଉଛି । ଏହାକୁ ନେଇ ବିରୋଧୀ ବିଧାନସଭା ଭିତରେ ଓ ବାହାରେ ରାଜ୍ୟ ସରକାର ଏବଂ କ୍ରାଇମବ୍ରାଞ୍ଚକୁ ଘେରିଥିବାବେଳେ ଟପ ପୋଲିସ ଅଧିକାରୀଙ୍କର ଏପରି ବୈଠକ ବେଶ ଗୁରୁତ୍ୱ ରଖୁଛି ।
Comments are closed.