Latest Odisha News

BREAKING NEWS

ସାଙ୍ଘାତିକ ସତ୍ୟର ଗୁମର ଫିଟାଇଲା ଏଡିଜିଙ୍କ ଚିଠି!

ଭୁବନେଶ୍ବର: ଆଜି ଏସପି ଓ ଡିସିପିଙ୍କୁ ଚିଠି ଲେଖିଛନ୍ତି ଏଡିଜି । ଯାହା ପୋଲିସ ବିଭାଗର ସାଙ୍ଘାତିକ ସତ୍ୟର ଗୁମର ଫିଟାଇ ଦେଇଛି । ଆଉ ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ ସହାୟତା କରୁଥିବା ସ୍ପଷ୍ଟ ବାରି ହୋଇପଡୁଛି ।

ଏଓଡିଜିଙ୍କ ଚିଠିରେ ଉଲ୍ଲେଖ ରହିଛି ଯେ, ଫିଲ୍ଡ ଡ୍ୟୁଟିରେ ଥିବା କିଛି ପୋଲିସ କର୍ମଚାରୀ ଅଣପୋଲିସ କାର୍ଯ୍ୟରେ ମାତିଛନ୍ତି । ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ କିଛି ପୋଲିସ ସହାୟତା କରୁଛନ୍ତି । ଏହାକୁ ନେଇ ପୋଲିସ ଡିଜି ଚିନ୍ତାପ୍ରକଟ କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଏଡିଜି ।

ଚିଠିରେ ଏଡିଜିପି କହିଛନ୍ତି ଯେ, ଉପରୋକ୍ତ ଅଧିକାରୀଙ୍କ କାର୍ଯ୍ୟକଳାପ ପୋଲିସର ଦାୟିତ୍ୱ ବାହାରେ ରହିଛି । ଯାହାକୁ ନେଇ ଡିଜିପି ଏହି ପ୍ରସଙ୍ଗରେ ନିଜର ଉଦବେଗ ପ୍ରକାଶ କରିଛନ୍ତି । କୌଣସି ପୋଲିସ ଏଭଳି କାର୍ଯ୍ୟ କରୁଥିଲେ ଏହାକୁ ଗୁରୁତ୍ବର ସହ ନିଆଯିବ ଏବଂ ଉକ୍ତ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଏଡିଜି ।

 

Leave A Reply

Your email address will not be published.