Latest Odisha News

BREAKING NEWS

ଫିଲ୍ମ ‘ଆଦିପୁରୁଷ’ କ୍ରିତିଙ୍କୁ କଲା ଲୋକପ୍ରିୟ, ଏବେ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ଏଥିରେ କ୍ରିିତି ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ ସୁପରଷ୍ଟାର ପ୍ରଭାସ ରାମ ଓ ଶୈଫ ଅଲ୍ଲି ଖାନ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ଏବେ ସେ ଏହି ଫିଲ୍ମର ପ୍ରମୋସନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅଭିନୟ କରିବା ପରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଛି । ଏବେ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି । କରୀନା କପୁର ଏବଂ ତବୁଙ୍କ ସହ ‘ଦ କ୍ରୁ’ରେ ଏବଂ ଟାଇଗର ଶ୍ରଫଙ୍କ ସହ ‘ଗଣପତ’ରେ ନଜର ଆସିବେ କିତ୍ରି । ଏଥିସହିତ ତାଙ୍କ ପାଖରେ ଓଟିଟି ପ୍ରୋଜେକ୍ଟ ମଧ୍ୟ ଅଛି । ସେ ଏଥିରେ ଅଭିନୟ କରିବା ସହ ଏହାକୁ ପ୍ରଯୋଜନା ମଧ୍ୟ କରିବେ ।

ନିକଟରେ ଏକ ସାକ୍ଷାତକାରରେ କ୍ରିତି କହିଛନ୍ତି ଯେ, ଅଭିନୟ ବ୍ୟତୀତ ସେ ଚଳଚ୍ଚିତ୍ର ନିର୍ମାଣ, ପ୍ରଡକ୍ସନ ପାଇଁ ମଧ୍ୟ ବହୁତ ଇଛା । ଯେତେବେଳେ ସେ ଓଟିଟି ଫିଲ୍ମର ସ୍କ୍ରିପ୍ଟ ଶୁଣିଲେ, ସେତେବେଳେ ସେ ଏଥିରେ ଅଭିନୟ କରିବା ସହିତ ଏହାର ପ୍ରଯୋଜନା କରିବାକୁ ଆଗ୍ରହ ଦେଖାଇଥିଲେ ।

Leave A Reply

Your email address will not be published.