Latest Odisha News

BREAKING NEWS

ମୁହାଁମୁହିଁ ହେବେ ପ୍ରଭାସ୍ ଓ ସୈଫ !

ମୁମ୍ବାଇ: ଆଗକୁ ଆସୁଛି ଟଲିଉଡ ସୁପରଷ୍ଟାର ପ୍ରଭାସଙ୍କ ପାୱାର ପ୍ୟାକ୍‌ଡ୍ ମୁଭି ଆଦିପୁରୁଷ । ପ୍ରାୟତଃ ଷ୍ଟାରକାଷ୍ଟଙ୍କ ଚୟନ ସରିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ଆଉ ଏକ ବଡ ନାଁ । ନେଗେଟିଭ ରୋଲ୍‌ରେ ପ୍ରଭାସ୍‌ଙ୍କୁ ଟକ୍କର ଦେବେ ପଟୈଦୀ ଖାନଦାନର ଲାଡଲା ସୈଫ୍ ଅଲ୍ଲି ଖାନ ।

ଫିଲ୍ମ ତାନାଜୀରେ ସୈଫଙ୍କ ନେଗେଟିଭ କିର୍ଦାର ଦର୍ଶକଙ୍କୁ ପସନ୍ଦ ଆସିଥିଲା । ତେବେ କେବଳ ଦର୍ଶକ ନୁହେଁ ବରଂ ନିର୍ଦ୍ଦେଶକ ଓମ୍ ରାଉତ ବି ଇମ୍ପ୍ରେସ୍ ହୋଇଥିଲେ । ଆଉ ସେଥିପାଇଁ ଫିଲ୍ମ ଆଦିପୁରୁଷରେ ସୈଫଙ୍କୁ ସେ ରୋଲ ଅଫର କରିଛନ୍ତି । ଏ ନେଇ ଖୋଦ ପ୍ରଭାସ ନିଜ ଇନଷ୍ଟା ପୋଷ୍ଟରେ କନଫର୍ମ ବି କରିଛନ୍ତି ।

ଫିଲ୍ମ ବାହୁବଲିରେ ପ୍ରଭାସଙ୍କ ଉପରେ ଇମ୍ପ୍ରେସ୍ ହୋଇ ନିର୍ଦ୍ଦେଶକ ଓମ ରାଉତ ଆଦିପୁରୁଷ ନିର୍ମାଣ କରିବାକୁ ଚିନ୍ତା କରିଥିଲେ । ପ୍ରଯୋଜନା ଭାର ଭୂଷଣ କୁମାର ସମ୍ଭାଳିଥିଲାବଳେ ପ୍ରଭାସ ଓ ସୈଫଙ୍କ ଭଳି କଳାକାରଙ୍କୁ ନେଇ ଓମ୍ ଉତ୍ସାହିତ ଅଛନ୍ତି । ସମସ୍ତଙ୍କୁ ଗୋଟିଏ ସୁଟିଂ ଫ୍ଲୋରରେ ଦେଖିବା ପାଇଁ ସେ ଚାହିଁବସିଛନ୍ତି ।

Leave A Reply

Your email address will not be published.