Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ମହିଳାଙ୍କ ପେଟରୁ ବାହାରିଲା ୪ଫୁଟର ସାପ !

ଭୁବନେଶ୍ୱର: କଥାଟା ହଜମ ହେଉନଥିଲେ ବି ସତ । ଜଣେ ମହିଳାଙ୍କ ପାଟି ବାଟ ଦେଇ ପେଟରୁ ବାହାରିଲା ୪ଫୁଟ୍‌ର ସାପ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଡାକ୍ତରଙ୍କୁ ନାକେଦମ ହେବାକୁ ପଡିଥିଲା । ଭିଡିଓରେ ଡାକ୍ତରମାନେ ଜଣେ ମହିଳାଙ୍କ ପାଟିରୁ ଏକ ଟ୍ୟୁବ୍ ଜରିଆରେ ସାପ ବାହାର କରିବାର ଦୃଶ୍ୟ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ । ଏପରି ଦୃଶ୍ୟ ଅନେକ ଲୋକଙ୍କ ନିଦ ହଜେଇ ଦେଇଥିଲାବେଳେ ଋଷିଆର ଡାକ୍ତରମାନେ କିନ୍ତୁ ଆଦୌ ବିଚଳିତ ହୋଇନଥିଲେ ।

ଋଷିଆର ଡେଜେଷ୍ଟାନ୍‌ରେ ମହିଳା ଜଣକ ଘର ବାହାରେ ଶୋଇଥିଲାବେଳେ ସାପଟି ତାଙ୍କ ଅଜାଣତରେ ପାଟି ବାଟ ଦେଇ ପେଟକୁ ପଳାଇଥିଲା । ହେଲେ ନିଦରୁ ଉଠିବା ପରେ ସେ ଅସୁସ୍ଥ ହୋଇପଡିିଲେ । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଯାଂଚରୁ ତାଙ୍କ ପେଟରେ ହଲଚଲ ହେଉଥିବା ଜାଣିବା ପରେ ଡାକ୍ତରମାନେ କାଳବିଳମ୍ବ ନ କରି ତାଙ୍କ ପେଟରୁ ସାପଟିକୁ ବାହାର କରିବାରେ ସଫଳ ହୋଇଥିଲେ । ମହିଳା ଜଣକ ବର୍ତ୍ତମାନ ସୁସ୍ଥ ଥିବାବେଳେ ସାପଟି କେବେଠୁ ତାଙ୍କ ପେଟରେ ଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

 

Leave A Reply

Your email address will not be published.