Latest Odisha News

BREAKING NEWS

୨୦ ହଜାର ସ୍କ୍ରିନରେ ରିଲିଜ ହେବ ପ୍ରଭାସଙ୍କ ଆଦିପୁରୁଷ

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସଙ୍କ ଆଗାମୀ ଫିଲ୍ମ ଆଦିପୁରୁଷ ୨୦ ହଜାରରୁ ଊର୍ଦ୍ଧ୍ୱ ସ୍କ୍ରିନରେ ରିଲିଜ ହେବ ବୋଲି ପ୍ରଡକ୍ସନ ଟିମ ପକ୍ଷରୁ ଘୋଷଣା କରାଯାଇଛି । ବାହୁବଳୀର ୨ଟି ଯାକ ପାର୍ଟ ଭଲ ବ୍ୟବସାୟ କରିଥିବାରୁ ପ୍ରଭାସଙ୍କ ଚାହିଦା ଅଧିକ ରହିଛି । ୧୧ ଅଗଷ୍ଟରେ ଏହି ଫିଲ୍ମ ଭାରତ ବ୍ୟତୀତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଜାପାନ ଓ ଚୀନରେ ମଧ୍ୟ ରିଲିଜ ହେବ ।

ଓମ ରାଉତଙ୍କ ଏହି ବହୁ ଚର୍ଚ୍ଚିତ ଫିଲ୍ମରେ ପ୍ରଭାସ ଭଗବାନ ଶ୍ରୀରାମ ଭୂମିକା କରୁଥିବା ବେଳେ କୃତି ସେନନ ଦେବୀ ସୀତା ଏବଂ ସୈଫ ଅଲି ଖାଁ ରାବଣଙ୍କ ଭୂମିକା କରିବେ । ୪୦୦ କୋଟି ବ୍ୟୟରେ ଏହି ଫିଲ୍ମ ନିର୍ମାଣ ହେଉଛି । ସମସ୍ତ ଅତ୍ୟାଧୁନିକ ଟେକ୍ନୋଲୋଜି ଏଥିରେ ବ୍ୟବହାର ହୋଇଛି ।

Comments are closed, but trackbacks and pingbacks are open.