Latest Odisha News

BREAKING NEWS

ରାଜ୍ୟରେ ସଂକ୍ରମଣ ବୃଦ୍ଧିରେ ମନ୍ଥରତା , ତଥାପି ବିପଦ ଲାଗି ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ମନ୍ଥର ହେଉଛି । ବର୍ତ୍ତମାନ ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ଥିତିରେ ସୁଧାର ଆସିଥିଲେ ବି ବିପଦ ଟଳିନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟରେ ଡେଲଡା ଭାରିଆଣ୍ଟର ଉପସ୍ଥିତି ଅଛି । ତେଣୁ ବିପଦ ରହିଛି ବୋଲି ସେ କହିଛନ୍ତି ।

ନିଜକୁ ସବୁବେଳେ ବିପଦ ମୁକ୍ତ ରଖନ୍ତୁ । ମାସ୍କ ବ୍ୟବହାର କରନ୍ତୁ । ସମସ୍ତଙ୍କୁ ଭ୍ୟାକ୍ସିନ ନେବା ପାଇଁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବାହାର ସ୍ଥାନରେ ସାମାଜିକ ଦୂରତା ରକ୍ଷା କରନ୍ତୁ । ପ୍ରଥମେ କୋରନା ସଂକ୍ରମଣ ସମୟରେ ଯେଭଳି ସତର୍କତା ଅବଲମ୍ବନ କରୁଥିଲେ ସେଭଳି ଜାରି ରଖିବା । ରାଜ୍ୟରେ ଲଗାତାର ପଜିଟିଭ ହାର କମୁଛି । ଫେବୃଆରୀରେ କଟକଣା କୋହଳ ନେଇ ନିଷ୍ପତ୍ତି ହୋଇପାରେ ।

ନିଓକୋଭରରେ ଯେଉଁ ଭାରିଆଣ୍ଟ ବାହାରୁଛି ତାହା ପକ୍ଷୀ ଠାରେ ବି ଦେଖାଦେଉଛି । ହେଲେ ଡବ୍ଲ୍ୁଏଚଓ କହିଛି ଏହା ପକ୍ଷୀ ଠାରୁ ମଣିଷ ପାଖକୁ କେତେ ସଂକ୍ରମିତ ସେ ବିଷୟରେ କୌଣସି ତଥ୍ୟ ଆମ ପାଖରେ ନାହିାଁ ସମସ୍ତ ଜିଲ୍ଲାରେ ଏବେବି ଭ୍ୟାକ୍ସିନେସନ ଜାରି ରହିଛି । ଯେଉଁମାନେ ନେଇନାହାନ୍ତି ନେଇଯାଆନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed, but trackbacks and pingbacks are open.