Latest Odisha News

BREAKING NEWS

ରାଜ୍ୟରେ ସଂକ୍ରମଣ କମୁଛି, ଫେବ୍ରୁଆରୀରେ କୋହଳ ହୋଇପାରେ କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଖସୁଛି । ଦୈନିକ କେସ୍ ୫ହଜାର ତଳକୁ ଖସିଛି । ସପ୍ତାହେ ପୂର୍ବରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିଲା । ଏବେ ନିୟନ୍ତ୍ରଣକୁ ଆସୁଛି କରୋନା । ଆଉ ଦୁଇ ଦିନ ପରେ ସରୁଛୁ ଜାନୁଆରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ । ଆଶା କରାଯାଉଛି ଫେବ୍ରୁଆରୀ ଗାଇଡଲାଇନରେ କଟକଣାରେ କୋହଳ ଘୋଷଣା କରିପାରନ୍ତି ସରକାର ।

ସ୍କୁଲ ଖୋଲିବ କି ନାହିଁ ତାଉପରେ ନଜର ରହିବ । ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠପଢ଼ା ଆରମ୍ଭ ହୋଇଛି । ସେହିପରି ଅନ୍ୟ କିଛି ରାଜ୍ୟ ଦଶମରୁ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ଘୋଷଣା କରିଛନ୍ତି । ୧୫-୧୮ ବର୍ଷ ବର୍ଗଙ୍କୁ ମିଶନ ମୋଡରେ ଟିକାକରଣ କରାଯାଉଛି ।

ଓଡ଼ିଶାରେ ବି ଟିକାକରଣ ଅଭିଯାନ ଜୋରଦାର ହୋଇଛି । ସେହିପରି ସଂକ୍ରମଣ କମୁଥିବାରୁ ସ୍ଥିତି ଉପରେ ନଜର ରହିଛି । ଆଶା କରାଯାଉଛି ଫେବ୍ରୁଆୀରରେ ଓଡ଼ିଶାରେ ପର୍ୟ୍ୟାୟକ୍ରମେ ଖୋଲିପାରେ ସ୍କୁଲ । ସେହିପରି ବିବାହ, ବ୍ରତଘର ଓ ଶୁଦ୍ଧି କ୍ରିୟାରେ ସାମିଲ କଟକଣା କୋହଳ କରିବେ କି ସରକାର ତାଉପରେ ନଜର ରହିଛି ।

ନାଇଟ୍ କର୍ଫ୍ୟୁ ଏବେ ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗିଛି । ରାତ୍ରିକାଳୀନ କର୍ଫ୍ୟୁ ସମୟସୀମା ବି ବଢ଼ାଇବେ କି ସରକାର ତାଉପରେ ବି ନଜର ରହିବ । ସଂକ୍ରମ କମୁଥିଲେ ବି ଆମକୁ ସତର୍କ ରହିବାକୁ ପଡ଼ିବ । କାରଣ ରାଜ୍ୟରେ ଓମିକ୍ରନ୍ ସହ ଡେଲଟା ଭାରିଆଣ୍ଟି ରହିଛି । ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲଟା ଅଛି ।

Comments are closed, but trackbacks and pingbacks are open.