Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଦିତ୍ୟ ବିର୍ଲା ଗ୍ରୁପର ୫୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ଆଦିତ୍ୟ ବିର୍ଲା ଗ୍ରୁପ’ ପକ୍ଷରୁ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ହିଣ୍ଡଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତିଶ ପାଲ ଓ ଏସେଲ୍ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରି ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ତୁହିନ ବାନାର୍ଜି, ଗଣେଶ ଜିରକୁତୱାର୍ ଓ କୋ ଅଲଟ୍ରାଟେକ୍ ସହିତ ଏକ ଟିମ୍ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଅର୍ଥ ରାଶିକୁ ଚେକ ଆକାରରେ ହସ୍ତାନ୍ତର କରିଛନ୍ତି ।

ଏହାବ୍ୟତିତ ନ୍ୟାସନାଲ୍ ଷ୍ଟିଲ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । କର୍ପୋରେସନ କର୍ମଚାରୀମାନେ ମଧ୍ୟ ଫନି ପ୍ରଭାବିତ ଅଞ୍ଚଳଗୁଡିକର ପୁନରୁଦ୍ଧାର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୬୮,୫୮,୩୦୦ ଟଙ୍କା ପ୍ରଦାନ କରିଛନ୍ତି।

ଆହୁରି ମଧ୍ୟ କୋରାପୁଟର ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ୫୩,୧୧,୮୦୯ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିବାବେଳେ ଜିଲ୍ଲା କର୍ମଚାରୀମାନେ ପ୍ରାୟ ୬୮,୫୮,୩୦୦ ଟଙ୍କା ଆର୍ଥୀକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

Comments are closed.