Latest Odisha News

BREAKING NEWS

ଓଡିଶାରେ କଳ୍ପନାଙ୍କ ମରଶରୀର, ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱର : ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର ରବିବାର ଦିନ ଭୁବନେଶ୍ୱରରେ ପହଞ୍ଚିଛି ।

ନୂଆଦିଲ୍ଲୀରୁ ଦିଲ୍ଲୀ-ଭୁବନେଶ୍ୱର ଏୟାର ଇଣ୍ଡିଆ ବିମାନ ଯୋଗେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା । କଳ୍ପନାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ତଥା କ୍ରୀଡା ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ କଳିଙ୍ଗ ଷ୍ଟାଡିୟମରେ ଶେଷ ଦର୍ଶନ ପରେ ତାଙ୍କ ପାର୍ଥୀବ ଶରୀରକୁ ଢେଙ୍କାନାଳ ସ୍ଥିତ କାଞ୍ଚନ ବଜାରର କୁମ୍ଭାରସାହି ଅଭିମୁଖେ ନିଆଯିବ । ପରେ ସେଠାରେ ଏକ ଶୋଭାଯାତ୍ରା କରାଯିବ ସହ ଶେଷ ଦର୍ଶନ ଲାଗି ତାଙ୍କ ମରଶରୀରକୁ ମିନି ଷ୍ଟାଡିୟମରେ ରଖାଯିବ।

ତେବେ ପୁରୀ ସ୍ୱର୍ଗଦ୍ୱାରରେ କଳ୍ପନାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.