Latest Odisha News

BREAKING NEWS

ପୃଥ୍ୱୀରାଜ ଫିଲ୍ମକୁ ନେଇ ୟଶରାଜ ପ୍ରଡକ୍ସନରେ ବିବାଦ, ଚନ୍ଦ୍ରପ୍ରକାଶଙ୍କୁ ବାହାର କଲେ ଆଦିତ୍ୟ

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ମାଲିକ ଆଦିତ୍ୟ ଚୋପ୍ରା ଓ ପୃଥ୍ୱୀରାଜ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି । ବଲିଉଡ ହଙ୍ଗାମା ଖବର ଅନୁସାରେ ଆଦିତ୍ୟ ତାଙ୍କ ଟିମରୁ ଚନ୍ଦ୍ରପ୍ରକାଶଙ୍କୁ ବାହାର କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆଦିତ୍ୟଙ୍କୁ ନ କହି ଅକ୍ଷୟ କୁମାରଙ୍କ ସହ ଚନ୍ଦ୍ରପ୍ରକାଶ ରାମସେତୁ ଫିଲ୍ମର ଘୋଷଣା କରିଥିଲେ । ଏଥିରେ ଆଦିତ୍ୟ ବିଗିଡି ଯାଇଥିଲେ ।

ପୃଥ୍ୱୀରାଜ ଫିଲ୍ମରେ ତାଙ୍କୁ ନିର୍ଦ୍ଦେଶକ ସମ୍ମାନ ମିଳିବ କିନ୍ତୁ ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟରେ ତାଙ୍କୁ ଆଉ ସାମିଲ କରାଯିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରାମସେତୁ ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ । ଏହାର ଷ୍ଟୋରୀ ଅକ୍ଷୟଙ୍କୁ ପସନ୍ଦ ଆସିବାରୁ ସେ ଏହା ଉପରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଦ୍ୱିବେଦୀଙ୍କୁ କହିଥିଲେ । ଯାହା କି ଆଦିତ୍ୟଙ୍କୁ ବାଧିଥିଲା

Leave A Reply

Your email address will not be published.